ବାତ୍ୟା ସତର୍କତା ଜାରି କଲା ଆଇଏମ୍‌ଡି: ଆଣ୍ଡାମାନ, ଓଡ଼ିଶା ଓ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ: ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହେବାର ସମ୍ଭାବନା ଥିବା ବାତ୍ୟା ଯୋଗୁଁ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ, ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି।

ଉତ୍ପତ୍ତି ହେଉଥିବା ସାମୁଦ୍ରିକ ବାତ୍ୟା ଆମ୍ଫାନ୍ ସଂକ୍ରାନ୍ତରେ ଗୁରୁବାର ଦିନ ପାଣିପାଗ କାର୍ଯ୍ୟାଳୟ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ଏବଂ ଆଠଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କ ନିକଟକୁ ସତର୍କ ସୂଚନା ପ୍ରେରଣ କରିଛି।

Image Source: India Today

ଆଜି ଓ ଆସନ୍ତାକାଲି ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜର କେତେକ ଅଂଶରେ, ମଙ୍ଗଳବାର ଦିନ ଉପକୂଳ ଓଡ଼ିଶାରେ ଏବଂ ବୁଧବାର ଦିନ ପଶ୍ଚିମବଙ୍ଗର ଅଳ୍ପ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଏହି ସତର୍କ ସୂଚନାରେ ଉଲ୍ଲେଖ କରାଯାଇଛି।

ଭାରତୀୟ ପାଣିପାଗ ବିଭାଗ କହିଛି, ମେ ୧୫ ତାରିଖରୁ ଦକ୍ଷିଣ ଓ କେନ୍ଦ୍ରୀୟ ବଙ୍ଗୋପସାଗର ମଧ୍ୟକୁ ନ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି। ଯେଉଁମାନେ ସମୁଦ୍ରର ଉପରୋକ୍ତ ଅଞ୍ଚଳକୁ ଯାଇଛନ୍ତି ସେମାନେ ଆସନ୍ତାକାଲି ସୁଦ୍ଧା କୂଳକୁ ଫେରି ଆସିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର