ଚାଷୀଙ୍କ ସୁବିଧା ପାଇଁ ୬, ୫୦୦ ବ୍ଲକ୍ରେ ଆଗୁଆ ସୂଚନା ଦେବ ଭାରତୀୟ ପାଣିପାଗ ବିଭାଗ
ନୂଆଦିଲ୍ଲୀ: ପାଣିପାଗ ସମ୍ବନ୍ଧରେ ଆଗୁଆ ସୂଚନା ପ୍ରଦାନ କରିବାରେ ଭାରତ ଭଲ ଅଗ୍ରଗତି କରିଥିଲେ ହେଁ, ଏହି ସୂଚନା ଜିଲ୍ଲାସ୍ତରରେ ସୀମିତ ରହୁଥିବାରୁ କୃଷକ ଏବଂ ଅନ୍ୟାନ୍ୟ ନାଗରିକମାନଙ୍କ ପାଖରେ ପହଞ୍ଚିବା ସମ୍ଭବ ହେଉନାହିଁ। ଫଳରେ ଅତି ଖରାପ ପାଗ ସମ୍ପର୍କରେ ସଠିକ ବିବରଣୀ ପାଇବାରୁ ସେମାନେ କେତେକାଂଶରେ ବଞ୍ଚିତ ହେଉଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏ ଭଳି ଅସୁବିଧା ଦୂରେଇବା ପାଇଁ ଖୁବ୍ ଶୀଘ୍ର ଭାରତୀୟ ପାଣିପାଗ ବିଭାଗ ତା’ର ହାଇଟେକ୍ ପୂର୍ବାନୁମାନ ସୁବିଧାକୁ ବ୍ଲକ୍ସ୍ତରରେ ପହଞ୍ଚାଇବ। ଆସନ୍ତା ଜୁଲାଇ ସୁଦ୍ଧା ୨୧ ନିୟୁତ ଚାଷୀଙ୍କୁ ଏହି ବ୍ୟବସ୍ଥାରେ ସାମିଲ କରାଯାଇ ସେମାନଙ୍କ ପାଖକୁ ସିଧାସଳଖ ଏସ୍ଏମ୍ଏସ୍ ପଠାଯିବ।
ରବିବାର ଦିନ ମିନିଷ୍ଟ୍ରି ଅଫ୍ ଆର୍ଥ ସାଇନ୍ସେସ୍ର ସେକ୍ରେଟାରି ଏମ୍. ରାଜୀବନ୍ କହିଛନ୍ତି: ପ୍ରଧାନମନ୍ତ୍ରୀଙ୍କ ଇଚ୍ଛାନୁସାରେ ପ୍ରଥମେ ୧୧୫ଟି ପଛୁଆ ବ୍ଲକ୍ରେ ଏହି ବ୍ୟବସ୍ଥା ଲାଗୁ କରାଯିବ। ପରେ ଏ ବର୍ଷ ଶେଷ ସୁଦ୍ଧା ଦେଶର ୬, ୫୦୦ ବ୍ଲକ୍ରେ ଏହି ବ୍ୟବସ୍ଥା କରାଯିବ।
ଏଥିପାଇଁ ନିକଟରେ ନୋଏଡ଼ାସ୍ଥିତ ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ମିଡିୟମ୍ ରେଞ୍ଜ୍ େଓ୍ଵଦର୍ ଫୋର୍କାଷ୍ଟିଙ୍ଗ୍ ଠାରେ ମନ୍ତ୍ରାଳୟ ତାହାର ଉଚ୍ଚ କ୍ଷମତା ସମ୍ପନ୍ନ କମ୍ପ୍ୟୁଟର୍ ସିଷ୍ଟମ୍ ‘ମିହିର’ ଚାଲୁ କରିଛି। ବ୍ଲକ୍ସ୍ତରରେ ଖରାପ ପାଗର ଆଗୁଆ ସୂଚନା ଦେବା ପାଇଁ ଏହା ଜାତୀୟ ପାଣିପାଗ ବିଭାଗକୁ ସହାୟତା କରିବା ସହ ମୌସୁମୀ ବର୍ଷାର ଆକଳନ କରିପାରିବ।