ପାକିସ୍ତାନକୁ ଆଇଏମଏଫ୍ ଝଟକା : ଋଣ ପରିଚାଳନା ଯୋଜନାକୁ ଖାରଜ କଲା

ଇସ୍ଲାମାବାଦ : ଆର୍ଥିକ ସଂକଟରେ ପଡ଼ିଥିବା ପାକିସ୍ତାନକୁ ଏକ ଝଟକା ଦେଇଛି ଅନ୍ତର୍ଜାତୀୟ ମୁ୍ଦ୍ରାପାଣ୍ଠି (ଆଇଏମଏଫ) । ପାକିସ୍ତାନ ସରକାରଙ୍କ ପକ୍ଷରୁ  ଆଇଏମଏଫ ନିକଟରେ ଦାଖଲ ଆବର୍ତ୍ତି ଋଣ ପରିଚାଳନା ଯୋଜନାକୁ ଅବାସ୍ତବ କହି ଖାରଜ କରିଦେଇଛି ଆଇଏମଏଫ । ଏହା ଫଳରେ ପାକିସ୍ତାନକୁ ମିଳିବାକୁ ଥିବା ଋଣ ପୁଣି ଥରେ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି ।

ପାକିସ୍ତାନ ବିଦ୍ୟୁତ ବିଭାଗରେ ବ୍ୟାପକ ସଂସ୍କାର ଆଣିବା ସହ ସବସୀଡି କମାଇବାକୁ ଆଇଏମଏଫ ନିର୍ଦ୍ଦେଶ ଦେଇଛି । ଏହା ସହିତ ୟୁନିଟ ପିଛା ଦର ୧୨ ଟଙ୍କା ୫୦ ପଇସାକୁ ବୃଦ୍ଧି କରିବାକୁ ଆଇଏମଏପ ପାକିସ୍ତାନ ସରକାରଙ୍କୁ କହିଛି ।

ସୂଚନାଯୋଗ୍ୟ ଯେ ପାକିସ୍ତାନକୁ ଋଣ ପ୍ରଦାନ ପାଇଁ ଆଇଏମଏଫର ଏକ ବୈଷୟିକ ଦଳ ପାକିସ୍ତାନ ଗସ୍ତରେ ଅଛି ଓ ପାକିସ୍ତାନ ସରକାରଙ୍କ ଏହି ଋଣ ଅର୍ଥକୁ କିପରି ବିନିଯୋଗ କରାଯିବ ତାହାର ଅନୁଧ୍ୟାନ କରୁଛନ୍ତି । ଦେଶରେ ଟିକସ ବୃଦ୍ଧି ସହ ସବସୀଡି ହ୍ରାସ କରିବାକୁ ଆଇଏମଏଫ ପାକିସ୍ତାନ ସରକାରଙ୍କୁ ପରାମର୍ଶ ଦେଇଥିବାବେଳେ ପାକିସ୍ତାନ ସରକାର ଏହାକୁ ମାନିବାକୁ ଅମଙ୍ଗ ହେଉଛନ୍ତି । କାରଣ ଆସନ୍ତା ଅକ୍ଟୋବର ମାସରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଥିବାରୁ ଶାହବାଜ ସରକାର ଲୋକମାନଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁ ନାହିଁ । ସେପଟେ ଆଇଏମଏଫ ବି ନିଜ ଜିଦରେ ଅଟଳ ରହିଛି ।

ତେବେ ପାକିସ୍ତାନ ଆଇଏମଏଫ ଚାପ ଆଗରେ ନଇଁବା ଆରମ୍ଭ କରିଛି ବୋଲି ପାକିସ୍ତାନୀ ଗଣମାଧ୍ୟମ କହିଛି ।

 

 

 

ସମ୍ବନ୍ଧିତ ଖବର