ଚୀନଠାରୁ କେତେ ଋଣ ଆଣିଛ ଜଣାଅ :ପାକିସ୍ତାନକୁ କହିଲା ଆଇଏମଏଫ

ୱାସିଂଟନ : ଦେବାଳିଆ ଅବସ୍ଥାରେ ପହଞ୍ଚିଯାଇଥିବା ପାକିସ୍ତାନ ଏବେ ଋଣ ପାଇଁ ଆଇଏମଏଫ ନିକଟରେ ଆବେଦନ କରିଛି । କିନ୍ତୁ ଆଇଏମଏଫ ଏଥିପାଇଁ କେତେକ ସର୍ତ୍ତ ଆରୋପ କରିଛି । ଚୀନଠାରୁ ପାକିସ୍ତାନ କେତେ ପରିମାଣରେ ଋଣ ଆଣିଛି ତାହା ପ୍ରଥମେ ଜଣାଇବାକୁ ପାକିସ୍ତାନକୁ ଆଇଏମଏଫ କହିଛି । କାରଣ ଆଇଏମଏଫ ସଂଦେହ କରୁଛି ଯେ ପାକିସ୍ତାନ ଋଣ ନେଇ ଚୀନର ଋଣ ପରିଶୋଧ କରିବ ।

ପାକିସ୍ତାନ ଏବେ ଦେବାଳିଆ ସ୍ଥିତିରେ । ଏହାକୁ ଋଣ ଦେବାକୁ  କେହି ରାଜି ହେଉନାହାନ୍ତି । କେବଳ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ବା ଆଇଏମଏଫ ଏହାକୁ ଆର୍ଥିକ ପ୍ୟାକେଜ ଦେଇ ଉଦ୍ଧାର କରିପାରିବ । ଏଥିପାଇଁ ପାକିସ୍ତାନ ସରକାରୀଭାବେ ଆଇଏମଏଫ ନିକଟରେ ଆବେଦନ ମଧ୍ୟ କରିସାରିଛି । କିନ୍ତୁ ଆଇଏମଏଫରୁ ଋଣ ପାଇବା ସେତେଟା ସହଜ ନୁହେଁ । କାରଣ ଆଇଏମଏଫରେ ଆମେରିକାର ଆଧିପତ୍ୟ ରହିଛି । ଆମେରିକା ନ ଚାହିଁବା ପର୍ଯ୍ୟନ୍ତ ଋଣ ମିଳିବା ସମ୍ଭବ ନୁହେଁ । ଋଣ ଦେବାପାଇଁ ଆମେରିକା କଡା ସର୍ତ୍ତ ଆରୋପ କରିଥିବା ଜଣାଯାଇଛି । ପ୍ରଥମ ସର୍ତ୍ତ ହେଉଛି ଚୀନଠାରୁ  ପାକିସ୍ତାନ କେତେ ଋଣ ଆଣିଛି, ପାକିସ୍ତାନରେ ଚୀନର କଣ କଣ ପ୍ରକଳ୍ପ ଚାଲିଛି ତାହା ଜଣାଇବାକୁ ଆମେରିକା କହିଛି । ମିଳିଥିବା ଖବର ଅନୁସାରେ ପାକିସ୍ତାନ ଅନିଚ୍ଛା ସତ୍ତ୍ୱେ ଏଥିପାଇଁ ରାଜି ହୋଇଛି । ଅର୍ଥାତ ଚୀନ ଓ ପାକିସ୍ତାନ ମଧ୍ୟରେ କଣ ଚାଲିଛି ତାହା ଏବେ ଆମେରିକା ଜାଣିବ ।

 

ସମ୍ବନ୍ଧିତ ଖବର