ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ଶନିବାର ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରବାସୀ ଶ୍ରମିକ ସମସ୍ୟା ମାମଲାରେ ୧୦୦ ପୃଷ୍ଠାର ଅତିରିକ୍ତ ସତ୍ୟପାଠ ଦାଖଲ କରାଯାଇଛି। ସତ୍ୟପାଠରେ ଫେରିଆସିଥିବା ପ୍ରବାସୀ ଶ୍ରମିକଙ୍କର ବିବରଣୀ ସରକାରଙ୍କ ପାଖରେ ରହିଥିବାର ଅବଗତ କରାଯାଇଛି। ପ୍ରବାସୀ ଶ୍ରମିକମାନଙ୍କର ଦକ୍ଷତା ନିଯୁକ୍ତି ତଥା ପୂର୍ବ ନିଯୁକ୍ତିର ସୂଚନା ମଧ୍ୟ ସରକାର ଏକତ୍ରିତ କରିଥିବାର ସତ୍ୟପାଠରେ କୁହାଯାଇଛି।
ବର୍ତ୍ତମାନ ସୁଦ୍ଧା ୧୦,୦୭,୩୩୦ ଜଣ ପ୍ରବାସୀ ବ୍ୟକ୍ତି ତଥା ପ୍ରବାସୀ ଶ୍ରମିକମାନଙ୍କର ବିବରଣୀ ରହିଛି। ବିଭିନ୍ନ ଯୋଜନା ଅନ୍ତର୍ଗତ ପ୍ରବାସୀ ଶ୍ରମିକମାନଙ୍କୁ ପ୍ରଦାନ କରାଯାଇଥିବା ସୁବିଧା ସମ୍ପର୍କରେ ଉଲ୍ଲେଖ କରାଯାଇଛି। କାଉନ୍ସିଲିଂ ସେଣ୍ଟର ହେଲ୍ଥ ଡେସ୍କ ଗୁଡ଼ିକ ସମସ୍ତ ବ୍ଲକ୍ ସ୍ତରରେ ସ୍ଥାପିତ କରାଯାଇଥିବାର ଅବଗତ କରାଯାଇଛି। ଅତିରିକ୍ତ ସତ୍ୟପାଠରେ ମନରେଗା ଯୋଜନା ଅନ୍ତର୍ଗତ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଏପ୍ରିଲ ୧, ୨୦୨୦ ରୁ ଅଗଷ୍ଟ ୮, ୨୦୨୦ ପର୍ଯ୍ୟନ୍ତ ୩.୭୧ ଲକ୍ଷ ନୂଆ ଜବ୍ କାର୍ଡ ଜାରି କରାଯାଇଥିଲା। ୨୦୨୦-୨୧ ଆର୍ଥିକ ବର୍ଷରେ ୯,୬୧,୨୯୨ ପରିବାରଙ୍କୁ ଜବ୍ କାର୍ଡ ଜାରି କରାଯାଇଥିବାର ଅତିରିକ୍ତ ସତ୍ୟପାଠରେ ସୂଚନା ଦିଆଯାଇଛି। ଏଥିସହିତ ୨୦୨୦-୨୧ ଆର୍ଥିକ ବର୍ଷର ଆଜି ସୁଦ୍ଧା ୧୭.୨୧ ଲକ୍ଷ ବ୍ୟକ୍ତିମାନଙ୍କ ପାଇଁ ୨.୬୦ କୋଟି ମାନବ ଦିବସ ସୃଷ୍ଟି କରାଯାଇଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଛି।
ରାଜ୍ୟର ୪ଟି ଜିଲ୍ଲାର ୨୦ ପ୍ରବାସୀ ଶ୍ରମିକ ପ୍ରବଣ ବ୍ଲକ୍ ରେ ମନରେଗା କାର୍ଯ୍ୟ ଦାବି କରୁଥିବା ଶ୍ରମିକମାନଙ୍କୁ ଅତିରିକ୍ତ ପାରିଶ୍ରମିକ ଦିଆଯାଇଛି। ୨୦୨୦-୨୧ରେ ମନରେଗା ଯୋଜନାରେ ୩.୩୫ ଲକ୍ଷ ପରିବାରଙ୍କୁ ୨୦ଟି ପ୍ରବାସୀ ଶ୍ରମିକ ପ୍ରବଣ ବ୍ଲକ୍ରେ ରୋଜଗାର ପ୍ରଦାନ କରାଯାଇଥିଲା। ୭୪୨୯୩ ପରିବାରଙ୍କୁ ୧୦୦ ଦିନ ୧୨୬୨୪ ପରିବାରଙ୍କୁ ୨୦୦ ଦିନ ଓ ୧୯୫ ପରିବାରଙ୍କୁ ୩୦୦ ଦିନର ରୋଜଗାର ପ୍ରଦାନ କରାଯାଇଥିଲା। ଆଜି ସୁଦ୍ଧା ରାଜ୍ୟ ସରକାର ୧୮,୪୩,୬୩୫ ନିର୍ମାଣ ଶ୍ରମିକମାନଙ୍କ ପାଇଁ ୨୭୬,୫୪ କୋଟି ଟଙ୍କା ଖର୍ଚ୍ଚ କରଯାଇଛି। କୋଭିଡ୍ ଋଣ ଯୋଜନା ଅନ୍ତର୍ଗତ ୨୨,୮୩୫ ମହିଳା ଏସ୍ଏଚ୍ଜି ମାନଙ୍କୁ ୧୨୮.୪୯ କୋଟି ଟଙ୍କା ବଣ୍ଟନ କରାଯାଇଥିଲା। ସଂସ୍ଥାଗତ କ୍ୱାରେନ୍ଟାଇନ୍ ଖର୍ଚ୍ଚ ବାବଦରେ ଏପ୍ରିଲ ୪, ୨୦୨୧ ସୁଦ୍ଧା ୧୫୯,୧୧ କୋଟି ଟଙ୍କା ବ୍ୟୟ କରାଯାଇଛି। କୋଭିଡ୍ ସହାୟତା ପ୍ୟାକେଜ୍ ସହାୟତା ପ୍ୟାକେଜ୍ ଅନ୍ତର୍ଗତ ୮୯,୯୭୦ ପରିବାରଙ୍କୁ ଜୀବିକା ଅର୍ଜନ ଗତିବିଧି ପାଇଁ ୨୧୩.୫୪ କୋଟିର ଟଙ୍କାର ସହାୟତା ପ୍ରଦାନ କରାଯାଇଥିବାର ସତ୍ୟପାଠରେ କୁହାଯାଇଛି।
ଉଲ୍ଲେଖଯୋଗ୍ୟ ଯେ ଚଳିତ ମାସ ୧୩ରେ ସୁପ୍ରିମକର୍ଟର ବିଚାରପତି ଅଶୋକ ଭୂଷଣଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠରେ ଓଡ଼ିଶା ସମେତ ୭ଟି ରାଜ୍ୟକୁ ପ୍ରବାସୀ ଶ୍ରମିକ ସମସ୍ୟା ମାମଲାରେ ୧୦ ଦିନରେ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ମାମଲାର ଶୁଣାଣି ଆସନ୍ତା ୨୪ ତାରିଖକୁ ଧାର୍ଯ୍ୟ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/supreme-courte.jpg)