ମାହୁନ୍ତର ମୃତ୍ୟୁ ପରେ ଅନ୍ତିମ ଦର୍ଶନ କରିବାକୁ ପହଁଚିଲା ହାତୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: କୁହାଯାଏ ମଣିଷ ପରି ପଶୁମାନେ ମଧ୍ୟ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥାନ୍ତି ଏବଂ ମନର ଭାବନାକୁ ବୁଝିପାରନ୍ତି | ମଣିଷ ସହ ଭାବ ଯୋଡିଥିବା ଏକ ହାତୀ ବାବଦରେ ଆମେ ଆଜି ଆପଣଙ୍କୁ କହିବୁ, ଯିଏ କି ନିଜ ମାହୁନ୍ତଙ୍କ ମୃତ୍ୟୁ ପରେ ତାଙ୍କ ଶେଷ ଦର୍ଶନ କରିବାକୁ ପହଂଚିଛି | ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଠି ନିଜ ମାଲିକଙ୍କ ପ୍ରତି ଥିବା ଅନାବିଳ ଭଲ ପାଇବା ଦେଖିବାକୁ ମିଳିଛି | ଆଜିକାଲି ସୋସିଆଲ ମିଡିଆରେ ଏକ ଭାବପ୍ରବଣ ଭିଡିଓ ବହୁ ଚର୍ଚ୍ଚାର ବିଷୟ ପାଲଟିଛି |


ଭିଡିଓଟି ଏତେ ସ୍ୱତନ୍ତ୍ର ଯେ ଏହାକୁ ଦେଖିବା ପରେ ଆପଣ ମଧ୍ୟ ଏହି ହାତୀର ପ୍ରଶଂସକ ହୋଇଯିବେ | ଭାଇରାଲ ହେଉଥିବା ଏହି ଭିଡିଓରେ ଗୋଟିଏ ହାତୀ ଚାଲୁଥିବାର ଦେଖିବାକୁ ମିଳୁଛି । କିଛି ସମୟ ପରେ କିଛି ରୁଣ୍ଡ ହୋଇଥିବା ସ୍ଥାନରେ ହାତୀଟି ପହଁଚୁଛି, ଆଉ ଗୋଟିଏ ସ୍ଥାନରେ ଅଟକିଯାଉଛି | ସେହି ସ୍ଥାନରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଥିବାବେଳେ ବହୁତ ସମୟ ଧରି ହାତୀଟି ନୀରବରେ ଠିଆ ହୋଇ ରହୁଛି |

ମଝିରେ ମଝିରେ ଶୁଣ୍ଢଟିକୁ ନେଇ ମୃତଦେହ ନିକଟରୁ ବୁଲାଇ ନେଇଆସୁଛି | କୁହାଯାଉଛି ଯେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଛି ଓ ତାଙ୍କର ସମ୍ପର୍କୀୟମାନେ ଘରେ ଉପସ୍ଥିତ ଅଛନ୍ତି | ତେବେ ପ୍ରତିଦିନ ବ୍ୟକ୍ତିଜଣକ ହାତୀ ପାଖକୁ ଆସୁଥିବାବେଳେ କଣ ପାଇଁ ସେଦିନ ଆସିଲେଣି ଭାବି ହାତୀଟି ବ୍ୟକ୍ତିଙ୍କ ଘରେ ହାଜର ହୋଇଯାଉଛି | ସେଠାରେ ନିଜ ମାହୁନ୍ତଙ୍କୁ ମୃତ ଅବସ୍ଥାରେ ଦେଖି ହାତୀଟି ଭାବପ୍ରବଣ ହୋଇଯାଇଛି |

ସମ୍ବନ୍ଧିତ ଖବର