ବଜେଟ ନେଇ ଅର୍ଥନୀତିଜ୍ଞଙ୍କ ସହ ସବୁ ରାଜ୍ୟର ଅର୍ଥ ମନ୍ତ୍ରୀଙ୍କୁ ଭେଟିବେ ନିର୍ମଳା

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୫ରେ ଆଗତ ହେବାକୁ ଯାଉଛି ସାଧାରଣ ବଜେଟ | ମୋଦି ସରକାରଙ୍କ ଦ୍ଵିତୀୟ ପାଳିର ପ୍ରଥମ ବଜେଟକୁ ନେଇ ବେଶ ଉତ୍ସାହିତ ଅଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ | ଅର୍ଥ ମନ୍ତ୍ରାଳୟ ବଜେଟକୁ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଥିବାବେଳେ ପ୍ରଥମ ଥର ଅର୍ଥ ମନ୍ତ୍ରଣାଳୟର ଦାୟିତ୍ୱ ସମ୍ଭାଳିଛନ୍ତି ନିର୍ମଳା | ଏଥିପାଇଁ ସେ ଦେଶର ଅର୍ଥନୀତିଜ୍ଞ, ବ୍ୟାଙ୍କ ଅଧିକାରୀ ଓ ଆର୍ଥିକ ସଂସ୍ଥାର ମୁଖ୍ୟମାନଙ୍କୁ ଭେଟିବେ |

ଜୁନ ୧୧ ତାରିଖରୁ ଜୁନ ୨୩ ତାରିଖ ମଧ୍ୟରେ ସେ ଭେଟିବା ସହ ପରାମର୍ଶ ନେବେ | କିଭଳି ବଜେଟ ସାଧାରଣ ଲୋକଙ୍କ ପାଇଁ ଠିକ ରହିବ ତାହା ବାବଦରେ ଆଲୋଚନା କରିବେ | ଏହାସହ ସମସ୍ତ ରାଜ୍ୟର ଅର୍ଥମନ୍ତ୍ରୀମାନଙ୍କୁ ମଧ୍ୟ ନିର୍ମଳା ପରାମର୍ଶ ମାଗିଛନ୍ତି |

ଆସନ୍ତା ଜୁନ ୨୦ରେ ହେବାକୁ ଥିବା ଜିଏସଟି ପରିଷଦ ବୈଠକରେ ରାଜ୍ୟର ଅର୍ଥମନ୍ତ୍ରୀମାନେ ନିଜ ନିଜର ମତ ଉପସ୍ଥାପନ କରିପାରିବେ | ସାଧାରଣ ଲୋକ ମଧ୍ୟ ନିଜ ନିଜର ମତ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କୁ ଜଣାଇପାରିବେ | MYGOV .IN ପୋର୍ଟାଲ ମାଧ୍ୟମରେ ଲୋକମାନେ ଜୁନ ୨୦ ସୁଦ୍ଧା ନିଜର ମତାମତ ରଖିପାରିବେ |

ସମ୍ବନ୍ଧିତ ଖବର