ଶାନ୍ତନୁ ମିଶ୍ରଙ୍କୁ ‘ଇମ୍ପାକ୍ଟଲିଡ ଆୱାର୍ଡ’

ନୂଆଦିଲ୍ଲୀ :ଦେଶର ପ୍ରତିଷ୍ଠିତ ବେସରକାରୀ ସଂଗଠନ ସ୍ମାଇଲ ଫାଉଣ୍ଡେସନ୍‌ର ସହ ପ୍ରତିଷ୍ଠାତା ତଥା କାର୍ଯ୍ୟକାରୀ ଟ୍ରଷ୍ଟି ଶାନ୍ତନୁ ମିଶ୍ରଙ୍କୁ ଇଣ୍ଡିଆ ସେୟାର ଅଭିଯାନରେ ମହତ୍ତ୍ବପୂର୍ଣ୍ଣ ଯୋଗଦାନ ପାଇଁ ‘ ଇମ୍ପାକ୍ଟଲିଡର ଆୱାର୍ଡ’ ପ୍ରଦାନ କରାଯାଇଛି।

ଗତ ଏପ୍ରିଲ୍‌ ମାସରୁ ସ୍ମାଇଲ୍‌ ଫାଉଣ୍ଡେସନ ପକ୍ଷରୁ ଇଣ୍ଡିଆ ସେୟାର ଅଭିଯାନ ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମାଜର ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ଖାଦ୍ୟ ଓ ପରିମଳ ଯୋଗାଣ ଭଳି ଆବଶ୍ୟକୀୟ ସେବା ଯୋଗାଇବା ଲାଗି ଏକାଧିକ ପଦକ୍ଷେପ ନିଆଯାଇଥିଲା। ଅଭିଯାନଟି ବହୁମୁଖୀ ଦୃଷ୍ଟିକୋଣରେ ଉପଯୋଗୀ ହୋଇପାରିଥିବାରୁ ଇଣ୍ଡିଆ ସିଏସ୍ଆର୍ ନେଟୱାର୍କ ପକ୍ଷରୁ ଶ୍ରୀମିଶ୍ରଙ୍କୁ ‘ ଇମ୍ପାକ୍ଟ ଲିଡର ଆୱାର୍ଡ’ ପ୍ରଦାନ କାରାଯାଇଛି।

ସମ୍ବନ୍ଧିତ ଖବର