ଦଶନ୍ଧି ଧରି କୋଭିଡର ପ୍ରଭାବ ଅନୁଭୂତ ହେବ: ‘ହୁ’ ମୁଖ୍ୟ

ନୂଆଦିଲ୍ଲୀ: କେବେ ଶେଷ ହେବ କରୋନା ସହ ଆରମ୍ଭ ହୋଇଥିବା ଲଢ଼େଇ? କେବେ କରୋନା ମୁକ୍ତ ହେବ ବିଶ୍ବ? ଏହାକୁ ନେଇ ବିଶେଷଜ୍ଞମାନେ ଭିନ୍ନ ଭିନ୍ନ ମତ ରଖୁଥିବା ବେଳେ ‘ହୁ’ ମୁଖ୍ୟ ଟେଡ୍ରୋସ୍ ଆନ୍ଧାନୋମ ଘେବ୍ରେୟେସସ୍ ଏନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ବର୍ଷେ କି ଦୁଇ ବର୍ଷ ନୁହେଁ ଦଶନ୍ଧି ଧରି କୋଭିଡର ପ୍ରଭାବ ଅନୁଭୂତ ହେବ ବୋଲି କହିଛନ୍ତି ଟେଡ୍ରୋସ୍ ଆନ୍ଧାନୋମ ଘେବ୍ରେୟେସସ୍ ।

ତାଙ୍କ କହିବା ମୁତାବକ, କୋଭିଡ ମହାମାରୀର ପ୍ରଭାବ ଦଶନ୍ଧି ଧରି ବିଶେଷ ଭାବରେ ସବୁଠାରୁ ଅସୁରକ୍ଷିତ ଗୋଷ୍ଠୀ ମଧ୍ୟରେ ଅନୁଭୂତ ହେବ। ମହାମାରୀ ଯେତେ ଅଧିକ ସମୟ ରହିବ, ସେତେ ଅଧିକ ପ୍ରଭାବ ପକାଇବ। ଆଫ୍ରିକୀୟ ଦେଶଗୁଡ଼ିକରେ ହାରାହାରି ମାତ୍ର ୨୩ ପ୍ରତିଶତ ଟିକାକରଣ ହୋଇଛି। ଏହି ବ୍ୟବଧାନକୁ କମ କରିବା ‘ହୁ’ ପାଇଁ ଏକ ଜରୁରୀ ପ୍ରାଥମିକତା ଅଟୋ। କେବଳ ମହାମାରୀକୁ ନିୟନ୍ତ୍ରଣକୁ ଆଣିବା ଏବଂ ଜୀବନ ରକ୍ଷା କରିବା ପାଇଁ ନୁହେଁ, ବରଂ ଜୀବିକା ରକ୍ଷା ତଥା ନିରନ୍ତର ପୁନରୁଦ୍ଧାର ପାଇଁ ମଧ୍ୟ ଏହା ଜରୁରୀ।

ଏହାପୂର୍ବରୁ ‘ହୁ’ ଚେତାବନୀ ଦେଇଥଲା ଯେ, କରୋନା ଭୂତାଣୁ ନୂଆ ରୂପ ନେଉଥିବାରୁ ଟିକା ମଧ୍ୟ ବିକଶିତ ହେବା ଆବଶ୍ୟକ । କରୋନାର ନୂଆ ଭାରିଆଣ୍ଟ ଅଧିକ ସଂକ୍ରମକ ହୋଇ ଜନ୍ମ ନେଉଥିବାରୁ ଟିକା ମଧ୍ୟ ‌ତାକୁ ହରାଇବାରେ ସକ୍ଷମ ହେବା ଜରୁରୀ।

ସମ୍ବନ୍ଧିତ ଖବର