ଜଷ୍ଟିସ୍ ଯଶୋବନ୍ତ ବର୍ମାଙ୍କ ବିରୋଧରେ ଆସିବ ମହାଭିଯୋଗ ପ୍ରସ୍ତାବ

ଜଷ୍ଟିସ୍ ଯଶୋବନ୍ତ ବର୍ମାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ନିଶ୍ଚିତ। ସରକାର ସ୍ପଷ୍ଟ କରିଛନ୍ତି ଯେ ୧୦୦ରୁ ଅଧିକ ସାଂସଦ ଏଥିରେ ଦସ୍ତଖତ କରିଛନ୍ତି। ଏହି ପ୍ରସ୍ତାବ ଆସିବା ଉଚିତ ବୋଲି ସମସ୍ତ ଦଳ ଏକମତ।

New Project (36)

ନୂଆଦିଲ୍ଲୀ : ଜଷ୍ଟିସ୍ ଯଶୋବନ୍ତ ବର୍ମାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ନିଶ୍ଚିତ। ସରକାର ସ୍ପଷ୍ଟ କରିଛନ୍ତି ଯେ ୧୦୦ରୁ ଅଧିକ ସାଂସଦ ଏଥିରେ ଦସ୍ତଖତ କରିଛନ୍ତି। ଏହି ପ୍ରସ୍ତାବ ଆସିବା ଉଚିତ ବୋଲି ସମସ୍ତ ଦଳ ଏକଜୁଟ୍। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି, ଏହା କେବଳ ସରକାର ନୁହେଁ, ସମସ୍ତ ଦଳର ପ୍ରସ୍ତାବ। କିନ୍ତୁ ସୋସିଆଲ ମିଡିଆରେ ଲୋକମାନେ ପଚାରୁଛନ୍ତି ଯେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଅର୍ଥାତ୍ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରିପାରିବେ କି? ଭାରତ ଭଳି ଗଣତନ୍ତ୍ରରେ, ଯେଉଁଠାରେ ନ୍ୟାୟପାଳିକା, ବିଧାନସଭା ଏବଂ କାର୍ଯ୍ୟପାଳିକା ମଧ୍ୟରେ ସ୍ପଷ୍ଟ ସୀମା ଅଛି, ଏହି ପ୍ରଶ୍ନର ଉତ୍ତର ସହଜ ନୁହେଁ, ବରଂ ବହୁତ ଗୁରୁତ୍ୱପୂର୍ଣ୍ଣ।

ପ୍ରଥମେ, ଜଷ୍ଟିସ୍ ଯଶୋବନ୍ତ ବର୍ମାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆସିଛି। ତାଙ୍କ ଉପରେ ଦୁର୍ନୀତି ଏବଂ ନ୍ୟାୟପାଳିକାର ମର୍ଯ୍ୟାଦାକୁ ଆଘାତ ଦେବାର ଅଭିଯୋଗ ଆସିଛି। ତାଙ୍କ ଉପରେ ତାଙ୍କ ପଦବୀର ଅପବ୍ୟବହାର କରିବାର ଅଭିଯୋଗ ଆସିଛି। ସମ୍ବିଧାନର ଧାରା ୧୨୪(୪) ଅନୁଯାୟୀ, ସଂସଦ ତାଙ୍କ ବିରୁଦ୍ଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ ହେଉଛି। ଏବେ ପ୍ରଶ୍ନ ହେଉଛି ଏହା ଚୂଡ଼ାନ୍ତ ନିଷ୍ପତ୍ତି, ନା ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବା ସମ୍ଭବ? ଏହାର ଉତ୍ତର ହେଉଛି ଯଦି ନିର୍ଦ୍ଧାରିତ ପ୍ରକ୍ରିୟା ପାଳନ କରାଯାଇଛି ତେବେ ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରିବାର ସମ୍ଭାବନା କମ । 

ଏପର୍ଯ୍ୟନ୍ତ ଦେଶରେ କୌଣସି ବିଚାରପତିଙ୍କୁ ମହାଭିଯୋଗ ପ୍ରସ୍ତାବ ଆଣି ବହିଷ୍କାର କରାଯାଇନାହିଁ । ମହାଭିଯୋଗ ପ୍ରସ୍ତାବ ଆସିଥିଲେ ବି ତା ପୂର୍ବରୁ ସଂପୃକ୍ତି ବିଚାରପତି ଇସ୍ତଫା ଦେଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe