ଆଖି ପିଛୁଳାକେ ବଜାରରେ ଫୁଟିଲା ବୋମା, ଦେଖନ୍ତୁ ଭିଡିଓ

ଇମ୍ଫାଲ: ମଣିପୁର ରାଜଧାନୀ ଇମ୍ଫାଲରେ ମଙ୍ଗଳବାର ସକାଳେ ଏକ ବୋମା ଧମାକାରେ ୪ ଜଣ ପୁଲିସଙ୍କ ସହ ଜଣେ ସାଧାରଣ ନାଗରିକ ଗୁରୁତର ଆହତ ହୋଇଛନ୍ତି | ଏମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ପୁଲିସ ଏବେ ଏହାର ଅନୁସନ୍ଧନରେ ଲାଗିପଡ଼ିଛି | ପୁଲିସ କର୍ମୀଙ୍କୁ ଟାର୍ଗେଟ କରି ଏହି ବୋମା ବିସ୍ଫୋରଣ କରାଯାଇଥିଲା |


ଇମ୍ଫାଲ ସହରରେ କଡା ସୁରକ୍ଷା ବେଳେ ଥିବାବେଳେ ଏହି ବୋମା ବିସ୍ଫୋରଣ ହୋଇଥିଲା | ଉଗ୍ରବାଦୀଙ୍କ ଦ୍ୱାରା ଏହି କାଣ୍ଡ ହୋଇଥିବାର ପୁଲିସ ସନ୍ଦେହ କରିଛି | ତେବେ ବୋମା ବିସ୍ଫୋରଣ ସମୟର ଏକ ସିସିଟିଭି ଭିଡିଓ ଏବେ ସାମ୍ନାକୁ ଆସିଛି | ଘଟନସ୍ଥଳଠାରୁ କିଛି ଦୂରରେ ଥିବା ଏକ ଦୋକାନରେ ଲାଗିଥିବା କ୍ୟାମେରାରେ ବିସ୍ଫୋରଣ ସମୟର ସମସ୍ତ ଦୃଶ୍ୟ କଏଦ ହୋଇଛି | ପୁଲିସ ଷ୍ଟେସନଠାରୁ ମାତ୍ର ୧୫୦ ମିଟର ଦୂରରେ ଏହି ଘଟଣା ଘଟିଥିବାବେଳେ ମୁଖ୍ୟମନ୍ତ୍ରୀ ଏନ ବୀରେନ ସାହ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି |ଏବେ ଏହି ଅଞ୍ଚଳକୁ ସିଲ କରାଯାଇ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରାଯାଇଛି |

ସମ୍ବନ୍ଧିତ ଖବର