ୱେବ୍‌ ଚ୍ୟାନେଲ୍‌ ଉପରେ ସେନସର୍‌ସିପ୍‌ ଲାଗୁ କର: ପ୍ରସନ୍ନ

ନୂଆଦିଲ୍ଲୀ : ଓଟିଟି ପ୍ଲାଟଫର୍ମ ଓ ୱେବ ଚ୍ୟାନେଲ୍‌ମାନଙ୍କ ପାଇଁ ସେନସର ବ୍ୟବସ୍ଥା ଲାଗୁ କରିବାକୁ ବୁଧବାର ଦିନ ରାଜ୍ୟସଭା ଶୂନ୍ୟକାଳରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଦାବି କରିଛନ୍ତି।

ଶ୍ରୀ ଆଚାର୍ଯ୍ୟ କହିଲେ, ଚଳଚ୍ଚିତ୍ର ପାଇଁ ସେନସର୍‌ ବୋର୍ଡ ରହିଥିବା ବେଳେ ୱେବ୍‌ ଚ୍ୟାନେଲମାନଙ୍କ ପାଇଁ ଏହା ନାହିଁ। ୱେବ୍‌ ଚ୍ୟାନେଲମାନଙ୍କ ପାଇଁ ସେନସରସିପ୍‌ ବ୍ୟବସ୍ଥା ନଥିବାରୁ ଏହାର ଫାଇଦା ଉଠାଇ ଅଶ୍ଲୀଳ ଦୃଶ୍ୟର ପ୍ରଦର୍ଶନ ଓ ଆପତ୍ତିଜନକ ଭାଷା ବ୍ୟବହାର ହେଉଛି। ଏମାନଙ୍କ ଦ୍ବାରା ସମାଜରେ ଧାର୍ମିକ ସଦ୍‌ଭାବନାକୁ ନଷ୍ଟ କରିବା ଭଳି କାର୍ଯ୍ୟ ମଧ୍ୟ କରାଯାଉଛି। ସରକାର ଏ ଦିଗରେ ଆଇନ ଆଣି ଓଟିଟି ପ୍ଲାଟଫର୍ମ ଓ ୱେବ ଚ୍ୟାନେଲ ମାନଙ୍କ ପାଇଁ ସେନସର ବ୍ୟବସ୍ଥା ଲାଗୁ କରନ୍ତୁ। କରୋନା ମହାମାରୀ ସମୟରେ ପାରମ୍ପରିକ ମନୋରଂଜନ ବ୍ୟବସ୍ଥା ପ୍ରଭାବିତ ହୋଇଥିଲାବେଳ ଓଟିଟି ପ୍ଲାଟଫର୍ମ ଅଦ୍ଭୂତପୂର୍ବ ‘ଭ୍ୟୁଅର୍‌ସିପ୍‌’ ହାସଲ କରିଥିଲା। ଯଦି ୱେବ୍‌ ଚ୍ୟାନେଲ ଓ ଓଟିଟି ପ୍ଲାଟଫର୍ମ ଉପରେ ସେନସରସିପ୍‌ ବ୍ୟବସ୍ଥା ଥାଆନ୍ତା ତାହା ହେଲେ ଏଭଳି ହୋଇନଥାନ୍ତା ବୋଲି ଶ୍ରୀ ଆଚାର୍ଯ୍ୟ କହିଥିଲେ ।

ସମ୍ବନ୍ଧିତ ଖବର