ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକ୍ରମେ ଗୁରୁବାର ପାଞ୍ଚଟି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିଛନ୍ତି। ମରାଠୀ, ବଙ୍ଗାଳୀ, ପାଲି, ପ୍ରାକୃତ ଏବଂ ଆସାମୀ ଭାଷାକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ପ୍ରଦାନ କରିବାକୁ କ୍ୟାବିନେଟରେ ଅନୁମୋଦନ କରାଯାଇଛି।
ଏହି କ୍ୟାବିନେଟ୍ ନିଷ୍ପତ୍ତି ଦ୍ବାରା ଏବେ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ଭାଷାଗୁଡ଼ିକର ସଂଖ୍ୟା ଛଅରୁ ୧୧କୁ ବୃଦ୍ଧି ପାଇବ।
ପୂର୍ବରୁ ତାମିଲ, ସଂସ୍କୃତ, ତେଲୁଗୁ, କନ୍ନଡ, ମାଲାୟାଲମ୍ ଏବଂ ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା।୨୦୦୪ରେ ତାମିଲକୁ ଏହି ମାନ୍ୟତା ଦିଆଯାଇଥିଲା। ୨୦୧୪ରେ ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯାଇଥିଲା।
ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବଦା ଭାରତୀୟ ଭାଷା ଉପରେ ଧ୍ୟାନ ଦେଇଛନ୍ତି। ଆଜି ୫ ଟି ଭାଷା ମରାଠୀ, ପାଲି, ପ୍ରାକୃତ, ଆସାମ ଏବଂ ବଙ୍ଗାଳୀକୁ ଶାସ୍ତ୍ରୀୟ ଭାଷା ଭାବରେ ଅନୁମୋଦନ କରାଯାଇଛି।
ଅନ୍ୟାନ୍ୟ କ୍ୟାବିନେଟ ନିଷ୍ପତ୍ତି ବିଷୟରେ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ପ୍ରାୟ ୧,୦୧,୩୨୧ କୋଟି ଟଙ୍କାର ଏହି କାର୍ଯ୍ୟକ୍ରମ ଅଧୀନରେ କୃଷକଙ୍କ ଆୟ ସହ ଜଡିତ ପ୍ରାୟ ସମସ୍ତ ପଏଣ୍ଟ ଅନ୍ତର୍ଭୁକ୍ତ ହୋଇଛି। ଏକାଧିକ ଉପାଦାନ ଥିବା ଏହା ଏକ ବହୁତ ବଡ କାର୍ଯ୍ୟକ୍ରମ ଅନେକ ଉପାଦାନ କ୍ୟାବିନେଟ୍ ଦ୍ବାରା ପୃଥକ ସ୍କିମ୍ ଭାବରେ ଅନୁମୋଦିତ ହୋଇଛି। ଯଦି କୌଣସି ରାଜ୍ୟ କୌଣସି ବ୍ୟକ୍ତିଗତ ପ୍ରକଳ୍ପର ଡିପିଆର ଆଣନ୍ତି, ତେବେ ଏହି ଯୋଜନା ଅନୁଯାୟୀ ଅନୁମୋଦନ ହେବ।
Centre declares Marathi, Pali, Prakrit, Assamese and Bengali as classical languages
— ANI Digital (@ani_digital) October 3, 2024
Read @ANI Story | https://t.co/g2mE1qlITa#ClassicalLanguages #Marathi #Pali #Prakrit #Assamese #Bengali #UnionCabinet pic.twitter.com/BoXmroXNx7
କ୍ୟାବିନେଟ ବୈଠକରେ ନିଆଯାଇଥିବା ସବୁଠାରୁ ବଡ ନିଷ୍ପତ୍ତି କୃଷକଙ୍କ ଆୟ ବୃଦ୍ଧି ଏବଂ ମଧ୍ୟବିତ୍ତ ଲୋକଙ୍କୁ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ ବୋଲି ସେ କହିଛନ୍ତି। ପିଏମ୍ ରାଷ୍ଟ୍ରୀୟ କୃଷ୍ଣ ବିକାଶ ଯୋଜନା' ଏବଂ କୃଷିନ୍ନୋତି ଯୋଜନା ଦ୍ବାରା ଏହା ସମ୍ଭବ ହେବ ବୋଲି ସେ କହିଛନ୍ତି।
କେନ୍ଦ୍ର ତରଫରୁ ଘୋଷଣା ହେବାର କିଛି ସମୟ ପରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ସୋସିଆଲ ମିଡ଼ିଆ ଏକ୍ସରେ ଆସାମକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର କ୍ୟାବିନେଟକୁ ଧନ୍ୟବାଦ ଜଣାଇଛନ୍ତି।
ସେ ଏକ୍ସରେ ଲେଖିଛନ୍ତି ଆସାମର ଲୋକମାନଙ୍କ ତରଫରୁ ଆସାମୀୟମାନଙ୍କୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେବା ପାଇଁ ଐତିହାସିକ ନିଷ୍ପତ୍ତି ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ସମଗ୍ର କେନ୍ଦ୍ର କ୍ୟାବିନେଟକୁ ମୁଁ କୃତଜ୍ଞତା ଜଣାଉଛି।
ସେ ଏହା ମଧ୍ୟ କହିଛନ୍ତି, ଏହା ଆସାମର ଅନନ୍ୟ ସଭ୍ୟତାର ଉଦାହରଣ ଅଟେ ଯାହା ସମୟର ପରୀକ୍ଷଣକୁ ସହ୍ୟ କରିଛି। ଆଜିର ନିଷ୍ପତ୍ତି ସହିତ ଆମେ ଆମର ପ୍ରିୟ ମାତୃଭାଷାକୁ ଭଲ ଭାବରେ ସଂରକ୍ଷଣ କରିବାରେ ସକ୍ଷମ ହେବୁ, ଯାହା କେବଳ ଆମ ସମାଜକୁ ଏକତ୍ର କରେ ନାହିଁ ବରଂ ଆସାମର ସାଧୁ, ଚିନ୍ତକ, ଲେଖକ ଏବଂ ଦାର୍ଶନିକମାନଙ୍କର ପ୍ରାଚୀନ ଜ୍ଞାନ ସହିତ ଏକ ଅବିଚ୍ଛେଦ୍ୟ ସଂଯୋଗ ସୃଷ୍ଟି କରେ।