ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜଧାନୀ ଦିଲ୍ଲୀରେ ଦୁଇ ଦିନିଆ ଆସିଆନ୍-ଭାରତ ଶିଖର ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି। ଏଥିରେ ଆସିଆନ୍ର ସମସ୍ତ ୧୦ଟି ରାଷ୍ଟ୍ରର ମୁଖ୍ୟମାନେ ଅଂଶ ଗ୍ରହଣ କରିଥିବା ବେଳେ ପ୍ରଥମ ଦିବସ ଆଲୋଚନାରେ ସାମୁଦ୍ରିକ ସହଯୋଗ ବୃଦ୍ଧି ପାଇଁ ଗୁରୁତ୍ୱାରୋପ କରାଯାଇଛି । ସମସ୍ତ ଆସିଆନ୍ ନେତା ଆସନ୍ତାକାଲି ଜନରାଜ୍ୟ ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ପ୍ରଧାନମନ୍ତ୍ରୀ ମୋଦି ସମ୍ମିଳନୀକୁ ଉଦ୍୍ଘାଟନ କରି କହିଥିଲେ ଯେ ଶାନ୍ତି, ପ୍ରଗତି ଏବଂ ସମୃଦ୍ଧି ପାଇଁ ଆସିଆନ୍ ରାଷ୍ଟ୍ରଙ୍କ ଉଦ୍ୟମ ଅତ୍ୟନ୍ତ ପ୍ରଶଂସନୀୟ। ପାରସ୍ପରିକ ସହଯୋଗ ଏବଂ ଜନସଂପର୍କ ବୃଦ୍ଧି ପାଇଁ ସମସ୍ତ ରାଷ୍ଟ୍ର ଏହି ଅବସରରେ ସହମତି ପ୍ରକାଶ କରିଥିଲେ। ସମ୍ମିଳନୀରେ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ଜେନେରାଲ ପ୍ରାୟୁତ ଚାନ୍ ଓ ଚା, ମିଆଁମାର୍ର ସର୍ବୋଚ୍ଚ ନେତ୍ରୀ ଅଙ୍ଗ୍ ସାନ୍ ସୁ କୀ, ବ୍ରୁନେଇର ସୁଲ୍୍ତାନ ହସନ୍ ଅଲ୍ ବୋଲ୍କିୟା, କାମ୍ବୋଡିଆ ପ୍ରଧାନମନ୍ତ୍ରୀ ହୁନ୍ ସେନ୍, ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ଓ୍ଵିଡୋଡ, ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିୟନ୍ ଲୁଙ୍ଗ୍, ମାଲେସିଆ ପ୍ରଧାନମନ୍ତ୍ରୀ ନଜୀବ ରଜାକ୍, ଭିଏତନାମ ପ୍ରଧାନମନ୍ତ୍ରୀ ନ୍ୟୁଏନ୍ ସୁଆନ୍ ଫୁକ୍, ଲାଓସ୍ ପ୍ରଧାନମନ୍ତ୍ରୀ ଥାଙ୍ଗ୍ଲିନ୍ ସିସୋଲିଥ୍୍ ଏବଂ ଫିଲିପାଇନ୍ସ ରାଷ୍ଟ୍ରପତି ଡ୍ରିଗୋ ଦୁତେର୍ତ ଅଂଶ ଗ୍ରହଣ କରିଥିଲେ।
ସାମୁଦ୍ରିକ କ୍ଷେତ୍ରରେ ସହଯୋଗ ବୃଦ୍ଧିକୁ ଗୁରୁତ୍ୱ
ଆସିଆନ୍-ଭାରତ ସମ୍ମିଳନୀ
/sambad/media/post_attachments/wp-content/uploads/2018/01/l20180125121086.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)