ଦେଶବ୍ୟାପୀ ଆନ୍ଦୋଳନ ପାଇଁ ଯୋଜନା

ରାହୁଲଙ୍କ ସଦସ୍ୟତା ରଦ୍ଦ ପରେ କଂଗ୍ରେସର ଗୁରୁତ୍ବପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସଂସଦ ସଦସ୍ୟତା ରଦ୍ଦ ହେବାପରେ ଆଜି ସନ୍ଧ୍ୟାରେ ଦଳର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛନ୍ତି। ରାହୁଲଙ୍କ ଲୋକସଭା ସଦସ୍ୟତା ରଦ୍ଦ ବିରୋଧରେ କଂଗ୍ରେସ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଇଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦମ୍ବରମ ଏହି ବୈଠକରେ ‌ଯୋଗ ଦେଇଥିଲେ।

ବୈଠକରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା, କେସି ବେଣୁଗୋପାଳ, ଜୟରାମ ରମଶେ, ରାଜୀବ ଶୁକ୍ଳା, ତାରିକ ଅନୱର, ଆନନ୍ଦ ଶର୍ମା, ଅମ୍ବିକା ସୋନି, ମୁକୁଲ ୱାସନିକ , ସଲମାନ ଖୁର୍‌ସିଦ, ପୱନ ଖେଡ଼ାଙ୍କ ସହ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ। ରାହୁଲ ଗାନ୍ଧି ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ। ବୈଠକ ପରେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ଆମେ ରାହୁଲ ଗାନ୍ଧିଙ୍କ ଅଯୋଗ୍ୟତା ପ୍ରସଙ୍ଗରେ ପରବର୍ତ୍ତୀ ରଣନୀତି ନେଇ ଆଲୋଚନା କରିଛୁ। ଆଗାମୀ ଦିନରେ ଆମେ ଦେଶବ୍ୟାପୀ ଆନ୍ଦୋଳନ ପାଇଁ ଯୋଜନା କରିଛୁ।

ସମ୍ବନ୍ଧିତ ଖବର