ନୂଆଦିଲ୍ଲୀ/ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ପବ୍ଲିକ ଅଣ୍ଡରଟେକିଂ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଯାଇଅଛି।
ଦେଶର ଗୁରୁତ୍ୱପୂର୍ଣ୍ଣ କମିଟି ଗୁଡିକ ମଧ୍ୟରୁ ପବ୍ଲିକ ଅଣ୍ଡରଟେକିଂ କମିଟି ଅନ୍ୟତମ। ଶ୍ରୀ ପଣ୍ଡା ଏହି କମିଟିର ଅଧ୍ୟକ୍ଷ ହେବାପରେ ଏହା ତାଙ୍କର ଚତୁର୍ଥ ବୈଠକ। ଏହି ବୈଠକରେ ଜାତୀୟ ପବ୍ଲିକ ସେକ୍ଟର ଅଣ୍ଡରଟେକିଂ ଗୁଡିକରେ ଥିବା ଅବ୍ୟବହୃତ ଜମି ଦେଶର ପ୍ରଗତି ଦିଗରେ କିପରି ବ୍ୟାପକ ବ୍ୟବହାର କରାଯାଇ ପାରିବ ସେହି ବିଷୟରେ ଆଲୋଚନା ହୋଇଛି।
ଏହି ବୈଠକରେ କନକର ଇଣ୍ଡିଆ ଓ କୋଙ୍କଣ ରେଳବାଇ ପ୍ରତିନିଧି ମାନେ କମିଟି ସମ୍ମୁଖରେ ଉପସ୍ଥିତ ହୋଇ ନିଜର ପକ୍ଷ ରଖିଛନ୍ତି। ଏହି ବୈଠକରେ ଓଡ଼ିଶାରୁ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ, ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ସମେତ ଅନ୍ୟ ସଦସ୍ୟ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/11/12/AeJ9imYNuzSTm5fMrtsu.jpeg)