ଦୂର ସ୍ଥାନକୁ ଟ୍ରେନରେ ଯାତ୍ରା କରିବା ସବୁଠୁ ସହଜ । ସେ ଦର୍ଶନୀୟ ସ୍ଥାନକୁ ବୁଲିବାକୁ ଯିବା କଥା ହେଉ କିମ୍ବା କୌଣସି କାମରେ ଦୂର ସ୍ଥାନକୁ ଯିବା କଥା ହେଉ ସମସ୍ତେ ଟ୍ରେନରେ ଯାତ୍ରା କରିବାକୁ ପସନ୍ଦ କରନ୍ତି । ସେଥିପାଇଁ ମାସକ ଆଗରୁ ଟ୍ରେନ୍ ଟିକେଟ୍ ମଧ୍ୟ ବୁକ୍ କରିଥାନ୍ତି । କିନ୍ତୁ କେବେ ଭାବିଛନ୍ତି ଟ୍ରେନ୍ ଟିକେଟ୍ ଉପରେ ଥିବା ୧୦ ଅଙ୍କ ବିଶିଷ୍ଟ ନମ୍ବର କଣ ସୂଚାଏ? ଯଦି ଜାଣି ନାହାନ୍ତି ତେବେ ଯାତ୍ରୀଙ୍କ ପାଇଁ ଏହା ଜାଣିବା ନିହାତି ଜରୁରୀ ।
Sambad is now on WhatsApp
Join and get latest news updates delivered to you via WhatsApp
ଟ୍ରେନ୍ ଟିକେଟ୍ ବୁକ୍ କରିବା ପରେ ଯଦି କୌଣସି ବ୍ୟକ୍ତି ସିଟର ଷ୍ଟାଟସ ଜାଣିବାକୁ ଚାହାଁନ୍ତି ତେବେ ଟିକେଟ୍ ଉପରେ ଥିବା ୧୦ ଅଙ୍କ ବିଶିଷ୍ଟ ନମ୍ବର ଗୁରୁତ୍ୱପୂର୍ଣ୍ଣ ଅଟେ । ଟିକେଟ୍ ଉପରେ ଥିବା ୧୦ ଅଙ୍କ ବିସିଷ୍ଟ ନମ୍ବରକୁ ପି.ଏନ୍.ଆର ନମ୍ବର କୁହାଯାଏ । ଏହି ନମ୍ବରକୁ ବ୍ୟବହାର କରି ଯାତ୍ରୀ ସିଟ୍ କନଫର୍ମ ହୋଇଛି କି ନାହିଁ, ଆରଏସି ହୋଇଛି ବା ୱେଟିଂରେ ରହିଛି ତାହା ଅତି ସହଜରେ ଜାଣିପାରିବେ । କେବଳ ଏତିକି ନୁହେଁ ପି.ଏନ.ଆର ନମ୍ବର ଯାତ୍ରୀଙ୍କ ପାଇଁ ଅନେକ ଗୁରୁତ୍ୱ ବହନ କରିଥାଏ । ଏହି ପି.ଏନ.ଆର ନମ୍ବର ମନଇଛା ବନିନଥାଏ । ଏହା ପଛରେ ପୂରା ସିଷ୍ଟମ୍ ରହିଛି । କାରଣ ଏହି ପି.ଏନ.ଆର ନମ୍ବରରେ ଯାତ୍ରୀଙ୍କ ସମସ୍ତ ତଥ୍ୟ ରହିଥାଏ । ନାଁ, ଗାଁ, ଠିକଣା, କେଉଁ ସ୍ଥାନକୁ ଯାତ୍ରୀ ଯାତ୍ରା କରିବାକୁ ଯାଉଛନ୍ତି, କେଉଁ ତାରିଖରେ ଯାତ୍ରା କରିବେ । ଟ୍ରେନର କେଉଁ ସିଟରେ ବସିବେଠୁ ଆରମ୍ଭ କରି ମୋବାଇଲ ନମ୍ବର । ସମସ୍ତ ତଥ୍ୟ ଏହି ପି.ଏନ.ଆର ନମ୍ବରରେ ରହିଥାଏ । ଯଦି ଟ୍ରେନ୍ ଟିକେଟ୍ ହଜିଯାଏ ତେବେ ଆପଣଙ୍କ ଟିକେଟର ପି.ଏନ.ଆର ନମ୍ବର ମାଧ୍ୟମରେ ସମସ୍ତ ତଥ୍ୟ ଅନ୍ୟ କାହା ହାତରେ ଲାଗିବାର ସମ୍ଭାବନା ଥାଏ । ତେବେ ଏଠାରେ ପ୍ରଶ୍ନ ଉଠୁଛି କିଭଳି ପି.ଏନ.ଆର ନମ୍ବରକୁ ଯାଞ୍ଚ କରିବେ ?
ଏଠାରେ କହିରଖୁଛୁକି, ଯାତ୍ରୀ ରେଲୱେ ୱେବସାଇଟ୍ www.indianrail.gov.in ସାହାଯ୍ୟରେ ପି.ଏନ.ଆର ନମ୍ବର ପକାଇ ଯାଞ୍ଚ କରିପାରିବେ । ଏହାଛଡା ରେଳ ଷ୍ଟେସନରେ ଇନକ୍ୱାରି କାଉଣ୍ଟର ରହିଥାଏ । ସେଠାକୁ ଯାଇ ଯାତ୍ରୀ ପିଏନଆର ନମ୍ବର ଦେଖାଇଲେ ଯାତ୍ରୀଙ୍କୁ ସବିଶେଷ ତଥ୍ୟ ମିଳିପାରିବ ।