ନ୍ୟୁୟର୍କ: ୧୫୦ ବର୍ଷ ତଳେ ଭାରତରୁ ନିଆଯାଇ ରୋପଣ କରାଯାଇଥିବା ଗୋଟାଏ ବରଗଛ ଆମେରିକାର ମାଉଇ ଅନ୍ତର୍ଗତ ହାୱାଇ ଦ୍ବୀପରେ ଲାଗିଥିବା ବନାଗ୍ନିରେ ବୁଧବାର ଦିନ ପୋଡ଼ିଯାଇଥିବା କଥା ‘ମେଲ୍ଅନ୍ଲାଇନ୍’ ରିପୋର୍ଟ କରିଛି।
ସୂଚନାଯୋଗ୍ୟ, ଏହି ଭୟଙ୍କର ବନାଗ୍ନିରେ ଅନେକ କୋଠାବାଡ଼ି ପୋଡ଼ିଯିବା ସହିତ ୫୦ରୁ ଅଧିକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।
Image Courtesy of MailOnline୧୮୩୭ ମସିହାରେ ମାଉଇର ଲହେନା ସହରରେ ରୋପଣ କରାଯିବା ସମୟରେ ସେ ବରଗଛ ଚାରାଟି ମାତ୍ର ୮ ଫୁଟ୍ ଉଚ୍ଚ ଥିଲା। ହାୱାଇଆନ୍ ଭାଷାରେ ‘ପାନିଆନା’ କୁହାଯାଉଥିବା ସେ ବରଗଛରୁ କ୍ରମେ ଓହଳ ବାହାରି ୪୬ଟି ଗଣ୍ଡିରେ ପରିଣତ ହୋଇଛି ଓ ୨ ଏକର ଜାଗା ଅକ୍ତିଆର କରିନେଇଛି।
ଲହେନା କୋର୍ଟହାଉସ୍ ଓ ଲହେନା ବନ୍ଦର ସମ୍ମୁଖରେ ରୋପଣ କରାଯାଇଥିବା ସେ ବରଚାରାଟି ଉଚ୍ଚତାରେ ୬୦ ଫୁଟ୍ ବଢ଼ି ଆମେରିକାର ଅନ୍ୟତମ ବିଶାଳ ବରଗଛରେ ପରିଣତ ହୋଇଛି।
Image Courtesy of MailOnlineସାମାଜିକ ଗଣମାଧ୍ୟମରେ ପ୍ରସାରିତ ଭିଡିଓ ଓ ଫଟୋରେ ଦେଖାଯାଉଛି ନିଆଁରେ ପୋଡ଼ି ଗଛଟି ନଷ୍ଟ ହୋଇଯାଇଛି। ଗଛଟି ପୂର୍ବପରି ଠିଆ ହୋଇଥିଲେ ବି ତାହା ଆଉ ବଞ୍ଚିବ କି, ନାହିଁ ତାହା ସମୟ କହିବ ବୋଲି କଳ୍ପନାଜଳ୍ପନା ଚାଲିଛି।
‘ଲହେନା ରେଷ୍ଟୋରେସନ୍ ଫାଉଣ୍ଡେସନ୍’ର ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର୍ ଥିଓ ମୋରିସନ୍ ‘ବିବିସି’କୁ କହିଛନ୍ତି, ମୋର ବିଶ୍ବାସ ବରଗଛଟି ବଞ୍ଚିଯିବ। କାରଣ, ବରଗଛକୁ ମାରିବା ବଡ଼ କଷ୍ଟସାଧ୍ୟ ବ୍ୟାପାର। ଏହାର ଚେର ସୁସ୍ଥସବଳ ଥିଲେ ପୁଣି ପତ୍ର ଓ କେନା ଗଜୁରିବ।
Image Courtesy of India Todayଏହାଛଡ଼ା, ହାୱାଇ ଦ୍ବୀପରେ ସଁବାଳୁଆ ସଂଖ୍ୟା ନିୟନ୍ତ୍ରଣ କରିବା ପାଇଁ ୧୮୬୫ରେ ଛଡ଼ାଯାଇଥିବା ଶହ ଶହ ସଂଖ୍ୟକ ବଣି ଚଢ଼େଇ ବି ଏହି ବରଗଛରେ ବସବାସ କରୁଥିଲେ।
ଚଳିତ ବର୍ଷ ଏପ୍ରିଲ୍ ମାସରେ ଏହି ବରଗଛ ୧୫୦ତମ ଜନ୍ମଦିନ ପାଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/Tree-Burns-Out-Which-Was-Taken-By-American-Before-150-Years_Thumbnail.jpg)