ନୂଆଦିଲ୍ଲୀ/ଭୁବନେଶ୍ୱର: ସବୁଜ ଇନ୍ଧନକୁ ଗୁରୁତ୍ୱ ଦେଇ ଏକ ଉନ୍ନତ ଜୀବନ ଶୈଳୀ ଓ ସୁସ୍ଥ ପୃଥିବୀ ତିଆରି କରିବା ଆମର ପ୍ରାଥମିକତା। ନୂଆଦିଲ୍ଲୀ ଠାରେ ଆଜି ଇଣ୍ଡିଆନ ଏନର୍ଜି କଂଗ୍ରେସ, ଏନଆଇଏସଟି ବ୍ରହ୍ମପୁର ଓ ଆଇଆଇଟି ଦିଲ୍ଲୀ ଦ୍ୱାରା ଆୟୋଜିତ ଉର୍ଜା ସଂରକ୍ଷଣ ଏବଂ ପରିଚାଳନା ଉପରେ ଆୟୋଜିତ ଜାତୀୟ ସମ୍ମିଳନୀରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଏହା କହିଛନ୍ତି। କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ସ୍ୱଚ୍ଛ ଉର୍ଜା କ୍ଷେତ୍ରରେ ଭାରତର ପଦକ୍ଷେପ ସହିତ ସବୁଜ ଉର୍ଜା ଓ ସବୁଜ ଇନ୍ଧନର ଅଭିବୃଦ୍ଧି ଉପରେ ଆଲୋଚନା କରିଥିଲେ। ଆଇଇସି ଭଳି ଉର୍ଜା ପରିଚାଳନାରେ ଅଭିନବ ପନ୍ଥା ଅନ୍ୱେଷଣ କରିବା ଆନନ୍ଦର କଥା। ଆଜିର ଏହି ସମ୍ମିଳନୀ ଇଜ୍ ଅଫ୍ ଲିଭିଂକୁ ସୁଗମ କରିବା ସହ ସ୍ଥାୟୀ ଅର୍ଥନୈତିକ ବିକାଶ ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିବାରେ ଆମକୁ ନୂତନ ଚିନ୍ତାଧାରା ପ୍ରଦାନ କରିବ ବୋଲି ଶ୍ରୀ ପ୍ରଧାନ ମତ ଦେଇଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp