ସଂସଦରେ ଲାଡ଼େନ୍‌କୁ ସହିଦ କହିଲେ ଇମ୍ରାନ୍‌

ଇସଲାମାବାଦ୍: ୯/୧୧ ଆକ୍ରମଣ ଘଟଣାର ମା‌ଷ୍ଟରମାଇଣ୍ଡ୍‌ ତଥା କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍‌ ଲାଡ଼େନ୍‌କୁ ସହିଦ ସମ୍ବୋଧନ କରି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ବିବାଦୀୟ ହୋଇପଡ଼ିଛନ୍ତି। ପାକିସ୍ତାନ ସଂସଦରେ ଉଦ୍‌ବୋଧନ ଦେବା ସମୟରେ ଇମ୍ରାନ୍‌ ଲାଡ଼େନ୍‌କୁ ସହିଦ ସମ୍ବୋଧନ କରିବା ସମସ୍ତଙ୍କୁ ଆଚମ୍ବିତ କରିଦେଇଛି। ଇମ୍ରାନ୍‌ କହିଛନ୍ତି, ଅତୀତରେ ଏକ ଘଟଣା ଘଟିଯ‌ାଇଛି ଯାହା ଆମମାନଙ୍କ ପାଇଁ ଏକ ଲଜ୍ଜାର ବିଷୟ। ଆମେରିକୀୟ ସେନାର ସ୍ବତନ୍ତ୍ର ବାହିନୀ ‌ଆବୋଟ୍ଟାବାଦ୍‌ରେ ପଶି ଓସାମା ବିନ୍‌ ଲାଡ଼େନ୍‌କୁ ମାରି ସହିଦ କରିଦେଲେ। ସାମ୍ବାଦିକ ନୈଲା ଇନାୟତ ଟ୍ବିଟରରେ ଏନେଇ ଏକ ଭିଡିଓ କ୍ଲିପ୍‌ ପୋଷ୍ଟ୍‌ କରିଛନ୍ତି। ପିଟିଆଇ ନେତା ଇମ୍ରାନ୍‌ ଆମେରିକା‌ ଉପରେ କିଭଳି ବର୍ଷୁଛନ୍ତି ଏବଂ ଲାଡ଼େନ୍‌କୁ ସହିଦ କହିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି। ତେବେ ଇମ୍ରାନ୍‌ଙ୍କ ଏଭଳି ବୟାନ ପାଇଁ ତାଙ୍କୁ ବିରୋଧୀ ଦଳ ପକ୍ଷରୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି।

ସମ୍ବନ୍ଧିତ ଖବର