ଲାହୋର: କ୍ଷମତା ଯିବା ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଅଥୟ ହୋଇଯାଇଥିବାର ଜଣାପଡୁଛି । ଏକ ସାକ୍ଷାତକାରରେ ସେ ନିଜକୁ ଗଧ ସହ ତୁଳନା କରିଛନ୍ତି, ଯାହାକୁ ନେଇ ପାକିସ୍ତାନରେ ଚର୍ଚ୍ଚା ଜୋର ଧରିଛି | ସୋସିଆଲ ମିଡିଆରେ ଇମ୍ରାନ ଖାନଙ୍କ ସାକ୍ଷାତକାରର ଏକ ଅଂଶ ଭାଇରାଲ ହେବାରେ ଲାଗିଛି।
Gadha gadha he rehta hai. pic.twitter.com/UguqVBr5h2
— Naila Inayat (@nailainayat) May 6, 2022
ଯେଉଁ ଭିଡିଓରେ ଇମ୍ରାନ ଖାନ କହୁଛନ୍ତି, 'ମୁଁ ମଧ୍ୟ ବ୍ରିଟିଶ ସୋସାଇଟିର ଏକ ଅଂଶ ଥିଲି, ସେମାନେ ମୋତେ ସ୍ୱାଗତ କରନ୍ତି | ମୋ ଭଳି ବହୁତ କମ୍ ଲୋକଙ୍କୁ ବ୍ରିଟିଶ ସୋସାଇଟି ଏହିପରି ଗ୍ରହଣ କରନ୍ତି | କିନ୍ତୁ ମୁଁ ତାହାକୁ ମୋର ଘର ବୋଲି କେବେ ଭାବି ନ ଥିଲି | କାରଣ ମୁଁ ପାକିସ୍ତାନୀ ଥିଲି, ମୁଁ ଜଣେ ବ୍ରିଟିଶ ତ ହୋଇପାରିବି ନାହିଁ' | ଏହା ପରେ ଇମ୍ରାନ ଖାନ କହିଛନ୍ତି ଯେ ଯଦି ଆପଣ ଗଧ ଉପରେ ଗାର ପକାଇଦିଅନ୍ତି, ତେବେ ଏହା ଜେବ୍ରା ହୋଇଯାଇନଥାଏ | ସେହି ଗଧଟି ଏକ ଗଧ ହୋଇ ରହିଥାଏ' | ଇମ୍ରାନ ଖାନ ଅତୀତରେ ମଧ୍ୟ ଏପରି ଅଜବ ବିବୃତ୍ତି ଦେଇଛନ୍ତି |
ଯେତେବେଳେ ଇମ୍ରାନ ଖାନଙ୍କୁ ଥରେ ଦରବୃଦ୍ଧି ଉପରେ ପ୍ରଶ୍ନ ପଚରାଯାଇଥିଲା, ସେତେବେଳେ ସେ କହିଥିଲେ ଯେ ଆଳୁ ଏବଂ ଟମାଟୋର ମୂଲ୍ୟ ଜାଣିବା ପାଇଁ ସେ ରାଜନୀତିରେ ପ୍ରବେଶ କରିନାହାଁନ୍ତି। ସେହିପରି ପାକିସ୍ତାନରେ ବଢୁଥିବା ଯୌନ ଅପରାଧ ପାଇଁ ଇମ୍ରାନ ଖାନ ହଲିଉଡ ଏବଂ ବଲିଉଡ ଚଳଚ୍ଚିତ୍ରକୁ ଦାୟୀ କରିଥିଲେ।