ଶଯ୍ୟାସୁଖ ବଦଳରେ ପାକିସ୍ତାନ ରାଜନୀତିରେ ମିଳିଥାଏ ପଦ ଓ କ୍ଷମତା, ପୂର୍ବତନ ପତ୍ନୀଙ୍କ ପୁସ୍ତକକୁ ନେଇ ଅଡୁଆରେ ଇମ୍ରାନ ଖାଁ

ଲାହୋର : ଆଗକୁ ସାଧାରଣ ନିର୍ବାଚନ ଥିବାରୁ ପାକିସ୍ତାନରେ ରାଜନୈତିକ ପାଣିପାଗ ବେଶ ସରଗରମ ହୋଇଉଠିଛି । ଏଥର ନିର୍ବାଚନରେ ପୂର୍ବତନ କ୍ରିକେଟ ଖେଳାଳୀ ଇମ୍ରାନ ଖାଁ ଙ୍କ ଦଳ ପାକିସ୍ତାନ ତେହେରିକ-ଏ ଇନସାଫ (ପିଟିଆଇ) ଏକ ପ୍ରମୁଖ ଦାବିଦାର ରହିଛି । ନିର୍ବାଚନରେ ଜିଣି ଇମ୍ରାନ ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି । କିନ୍ତୁ ନିଜର ପୂର୍ବତନ ପତ୍ନୀ ରେହାମ ଖାଁଙ୍କ ଦ୍ୱାରା ଲିଖିତ ଏକ ପୁସ୍ତକକୁ ନେଇ ବେଶ ଅଡୁଆରେ ପଡିଯାଇଛନ୍ତି ଇମ୍ରାନ ।

ରେହାମଙ୍କ ଦ୍ୱାରା ଲିଖିତ ଏହି ପୁସ୍ତକ ‘ଟେଲ ଅଲ ମେମୋର୍‌’ ରେ କୁହାଯାଇଛି ଯେ ପାକିସ୍ତାନ ରାଜନୈତିକ ଜଗତରେ ଏପରିକି ଇମ୍ରାନଙ୍କ ଦଳ ପିଟିଆଇରେ ଶଯ୍ୟାସୁଖ ବଦଳରେ ସବୁ ପ୍ରକାରର କ୍ଷମତା ଓ ପଦ ମିଳିପାରିବ । ଇମ୍ରାନଙ୍କ ଦଳରେ ଅନେକ କର୍ମକର୍ତ୍ତା ଏଥିରେ ଜଡିତ ବୋଲି ରିଲିଜ ପୂର୍ବରୁ ଲିକ୍‌ ହୋଇଥିବା ଏହି ପୁସ୍ତକର କେତେକ ଅଂଶରୁ ଜଣାପଡିଛି । ତେବେ ହ୍ୟାକରମାନେ ଏହି ପୁସ୍ତକର କିଛି ଅଂଶ ଚୋରାଇ ନେଇଥିବା ରେହାମ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ପିଟିଆଇ ପକ୍ଷରୁ ଏହି ଅଭିଯୋଗକୁ ଅସ୍ୱୀକାର କରିବା ସହ ରେହାମଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିଛନ୍ତି । ତେବେ ଇମ୍ରାନଙ୍କ ପାଖ ଲୋକମାନେ ତାଙ୍କୁ ହତ୍ୟା ଧମକ ଦେଉଥିବା ରେହାମ ଅଭଯୋଗ କରିଛନ୍ତି । ଗତ ମଙ୍ଗଳବାରଦିନ ପାକିସ୍ତାନ ପଂଜାବର ଏକ କୋର୍ଟ ଏହି ବହି ପ୍ରକାଶନ ବିରୋଧରେ ନିଷେଧାଜ୍ଞା ଲଗାଇଛନ୍ତି ।

୨୦୧୫ରେ ଇମ୍ରାନ ଓ ରୋହାମଙ୍କ ମଧ୍ୟରେ ବିବାହ ହୋଇଥିଲା । କିନ୍ତୁ ବିବାଦ କାରଣରୁ ମାତ୍ର ଏକ ବର୍ଷ ମଧ୍ୟରେ ଉଭୟଙ୍କର ବିଚ୍ଛେଦ ହୋଇଯାଇଥିଲା ।

ସମ୍ବନ୍ଧିତ ଖବର