କାଶ୍ମୀର ମାମଲାରେ ଇମ୍ରାନଙ୍କୁ ମିଳିଲାନି ସମର୍ଥନ, ଟ୍ୱିଟରରେ ଓଗାଳିଲେ ବିଷ

ନୂଆଦିଲ୍ଲୀ: ପାକିସ୍ତାନ ଏବେ ଭାରତ ବିରୋଧରେ ବିଷୋଦ୍‌ଗାର ଜାରି ରଖିବା ସହ ଧାରା ୩୭୦ ହଟାଯିବା ମାମଲାରେ ବିଶ୍ବ ସମୁଦାୟର ସମର୍ଥନ ହାସଲ ପାଇଁ ପ୍ରୟାସ କରିବାରେ ଲାଗିପଡ଼ିଛି। ତେବେ କୌଣସି ଗୋଟିଏ ବି ରାଷ୍ଟ୍ର ପାକିସ୍ତାନକୁ ସମର୍ଥନ ଦେଇନାହାନ୍ତି। ଯାହାଫଳରେ ସମର୍ଥନ ନ ପାଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଏବେ ଟ୍ୱିଟର ଉପରେ ଭରସା କରିଛନ୍ତି | ଇମ୍ରାନ୍ ଟ୍ୱିଟରରେ ଭାରତ ବିରୋଧରେ ବିଷ ଓଗାଳିଛନ୍ତି | ଇମ୍ରାନ୍ ମୋଦୀ ସରକାରଙ୍କ ସହ ଆରଏସଏସ ବିରୋଧରେ ଲେଖିଛନ୍ତି |

ଲଗାତାର ଟ୍ୱିଟରରେ ଜମ୍ମୁକାଶ୍ମୀର ବିରୋଧରେ ପୋଷ୍ଟ କରିବା ସହ ବିଶ୍ୱ ନେତାଙ୍କର କେବେ ଦୃଷ୍ଟି ପଡିବ ବୋଲି ପ୍ରଶ୍ନ କରିଛନ୍ତି | ଧାରା ୩୭୦ ହଟାଇବା ସହ ଜାମ୍ମୁ-କଶ୍ମୀରର ପୁନର୍ଗଠନ ନେଇ କ୍ଷୁବ୍ଧ ଥିବା ପାକିସ୍ତାନ ବିଶ୍ବ ସମୁଦାୟର ସମର୍ଥନ ହାସଲ କରିବା ଲାଗି ଉଦ୍ୟମ ଚଳାଇଥିଲେ ମଧ୍ୟ ଏହାକୁ କେବଳ ନିରାଶାର ସାମନା କରିବାକୁ ପଡ଼ିଛି।

ଆମେରିକା ଏବଂ ଜାତିସଂଘ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଦେଇଥିବା ବେଳେ ଚୀନ ମଧ୍ୟ ଧରାଛୁଆଁ ଦେଉନି। ଏହାକୁ ନେଇ ପାକିସ୍ତାନ ଚିନ୍ତାରେ ଥିବା ବେଳେ ରୁଷିଆ ମଧ୍ୟ ଭାରତକୁ ସମର୍ଥନ ଜଣାଇଥିଲା । ଜମ୍ମୁ-କଶ୍ମୀରକୁ ନେଇ ଭାରତର ନିଷ୍ପତ୍ତିକୁ ଦୃଢ଼ ସମର୍ଥନ କରିବା ସହ ଭାରତ ତା’ର ସମ୍ବିଧାନ ଆଧାରରେ ନେଇଥିବା ନିଷ୍ପତ୍ତି ଯଥାର୍ଥ ବୋଲି କହିଥିଲା ।

ସମ୍ବନ୍ଧିତ ଖବର