ଅପ୍ରିୟ ସତକୁ ମାନିଲେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌; କହିଲେ ଦେଶର ସର୍ବନିମ୍ନ ଓ ମୌଳିକ ଆବଶ୍ୟକତା ମେଣ୍ଟାଇବା ପାଇଁ ହାତ ପତାଇବାକୁ ପଡ଼ୁଛି

ଇସ୍‌ଲାମାବାଦ: ଶେଷରେ ଏକ ଅପ୍ରିୟ ସତକୁ ସ୍ବୀକାର କରିବାକୁ ବାଧ୍ୟ ହୋଇଛନ୍ତି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌। ସଂପ୍ରତି ପାକିସ୍ତାନର ଆର୍ଥିକ ସ୍ଥିତି ଅତ୍ୟନ୍ତ ଦେବାଳିଆ ଅବସ୍ଥାରେ ରହିଥିବା ସ୍ବୀକାର କରିବା ସହ ଏହି କାରଣ ପାଇଁ ପାକିସ୍ତାନ କେବେ ବି ଆତ୍ମ ନିର୍ଭରଶୀଳ ହୋଇପାରିବ ନାହିଁ ବୋଲି କହିଛନ୍ତି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌। ପାକିସ୍ତାନ ନିଜର ଦେବାଳିଆ ଅବସ୍ଥା ପାଇଁ ସବୁବେଳେ ଅର୍ଥ ଉଦ୍ଦେଶ୍ୟରେ ୟୁଏଇ, ଚୀନ୍‌ ଓ ସାଉଦି ଆରବ ନିକଟରେ ହାତ ପତାଉଛି। ଏଥିରେ ବିଶ୍ବ ଦରବାରରେ ପାକିସ୍ତାନର ଆତ୍ମ ମର୍ଯ୍ୟାଦା କ୍ଷୁଣ୍ଣ ହେଉଥିଲେ ସୁଦ୍ଧା ପାକିସ୍ତାନ ନିକଟରେ ଆଉ ଅନ୍ୟ କୌଣସି ଦ୍ବିତୀୟ ବିକଳ୍ପ ନାହିଁ।

ଦେଶର ସର୍ବନିମ୍ନ ଓ ମୌଳିକ ଆବଶ୍ୟକତା ମେଣ୍ଟାଇବା ପାଇଁ ଅର୍ଥ ନିମନ୍ତେ ୟୁଏଇ, ଚୀନ୍‌, ସାଉଦି ଆରବ ଓ କତାର୍‌ ନିକଟରେ ସବୁବେଳେ ହାତ ପତାଉଥିବା ଗୋଟିଏ ରାଷ୍ଟ୍ର ଆତ୍ମ ନିର୍ଭରଶୀଳ ହୋଇପାରିବ କିପରି? ଯେ ପର୍ଯ୍ୟନ୍ତ ଏ ଅବସ୍ଥାରୁ ମୁକ୍ତି ମିଳିନାହିଁ; ସେ ପର୍ଯ୍ୟନ୍ତ ଆତ୍ମ ନିର୍ଭରଶୀଳତାର ସ୍ବପ୍ନ ଦେଖିବା ମରିଚୀକା ପଛରେ ଧାଇଁବା ସହ ସମାନ ବୋଲି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌। ତାଳୁରୁ ତଳିପା ପର୍ଯ୍ୟନ୍ତ ପାକିସ୍ତାନ ଏବେ ଋଣଭାରାରେ ବୁଡ଼ିରହିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର