ପାକିସ୍ତାନ: ରାୱଲପିଣ୍ଡିର ଆଦିଆଲା ଜେଲରେ ବନ୍ଦୀ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମୃତ୍ୟୁ ହୋଇଯାଇଥିବା ନେଇ ଅନେକ ପ୍ରକାର ଖବର ସୋସିଆଲ ମିଡିଆରେ ଘୁରି ବୁଲୁଥିଲା। ଏଭଳି ସମୟରେ ଗତମଙ୍ଗଳବାର ଜେଲରେ ଇମ୍ରାନଙ୍କୁ ଭେଟିବା ପାଇଁ ଭଉଣୀ ଉଜମା ଖାନଙ୍କୁ ଅନୁମତି ମିଳି ଯାଇଥିଲା। 

Advertisment

ଭଉଣୀ ସମ୍ମୁଖରେ କଷ୍ଟ ବଖାଣିଲେ ଇମ୍ରାନ୍

ଅନେକ ଉଦ୍ୟମ ପରେ ଭାଇଙ୍କୁ ଭେଟିବା ପାଇଁ ଅନୁମତି ମିଳିବା ପରେ ଜେଲ ଭିତରକୁ ଖୁବ ଖୁସିରେ ଧାଇଁ ଯାଇଥିଲେ ଉଜମା। ୨୦-୨୫ ମିନିଟର ସାକ୍ଷାତକାରରେ ଇମ୍ରାନ ଖାନଙ୍କ ଅବସ୍ଥା ଦେଖି କାନ୍ଦି ପକାଇଥିଲେ ଭଉଣୀ। ଜେଲ ଭିତରୁ ଭଉଣୀ ନିକଟରେ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ଏବଂ ଗୁଇନ୍ଦା ସଂସ୍ଥା ଆଇଏସଆଇ ବିରୋଧରେ ଗମ୍ଭୀର ଅଭିଯୋଗ କରିଛନ୍ତି ଇମ୍ରାନ। ଏଥିସହିତ ଇମ୍ରାନ ଅସୀମ ମୁନିରଙ୍କୁ ମାନସିକ ରୋଗୀ ଏବଂ ଇତିହାସର ସବୁଠାରୁ ନିଷ୍ଠୁର ଏକଛତ୍ରବାଦୀ ବୋଲି ବର୍ଣ୍ଣନା କରିଛନ୍ତି।

ଅଧିକପଢ଼ନ୍ତୁ:ବୁଡ଼ି ଯାଉଥିବା କାର୍‌ ଭିତରୁ ଯୁବକଙ୍କୁ ଉଦ୍ଧାର କଲେ ନାଉରୀ

ହତ୍ୟା କରିବା ବ୍ୟତୀତ ସେନା ପାଖରେ ଆଉ କୌଣସି ବିକଳ୍ପ ନାହିଁ

ଇମ୍ରାନ ଖାନ ଭଉଣୀ ଆଗରେ ଭାବବିହ୍ବୋଳ ହୋଇ କହିଛନ୍ତି, "ମୋତେ ଏକ କୋଠରିରେ ବନ୍ଦ କରି ଏକାକୀ ରଖାଯାଇଛି।  ଉକ୍ତ କୋଠରି ଖୁବ ଗରମ। ତା’ ସହିତ ୫ଦିନ ହେବ ସେଠାରେ ବିଦ୍ୟୁତ ବି ନଥିଲା। ଚାରି ସପ୍ତାହ ଧରି, ମୋତେ କାହାକୁ ଭେଟିବାକୁ ଅନୁମତି ଦିଆଯାଇନାହିଁ। ମୋତେ ଜେଲରେ ଉପଲବ୍ଧ ମୌଳିକ ସୁବିଧାରୁ ମଧ୍ୟ ବଞ୍ଚିତ କରାଯାଇଛି। ମୋତେ ହତ୍ୟା କରିବା ବ୍ୟତୀତ ସେନା ପାଖରେ ଆଉ କୌଣସି ବିକଳ୍ପ ନାହିଁ।ମୋ ସହିତ ଜଡ଼ିତ ସମସ୍ତ ପ୍ରଶାସନିକ ମାମଲା ଆଇଏସଆଇ ନିୟନ୍ତ୍ରଣ କରେ। ଯଦି ଆଗା୍ମୀ ଦିନରେ ମୋ ସହିତ କିଛି ହୁଏ, ତେବେ ସେନା ମୁଖ୍ୟ ଏବଂ ଆଇଏସଆଇର ମହାନିର୍ଦ୍ଦେଶକ ଏଥିପାଇଁ ଦାୟୀ ରହିବେ। ’

ଅଧିକପଢ଼ନ୍ତୁ:ବିମାନସେବା ପ୍ରଭାବିତ; ବିମାନବନ୍ଦରରେ ଫସି ରହିଛନ୍ତି ୧୦୦୦ରୁ ଅଧିକ ଯାତ୍ରୀ