ଋଣ ନେବାରେ ପୂର୍ବ ୭ ପ୍ରଧାନମନ୍ତ୍ରୀଙ୍କୁ ପଛରେ ପକାଇଲେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ

ନୂଆଦିଲ୍ଲୀ: ଋଣ ଭାରରେ ଲଦି ହେବାରେ ଲାଗିଛନ୍ତିି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଦେଶର ଆର୍ଥିକ ଅବସ୍ଥା ଭଲ ନଥିବା ବେଳେ ପାକ୍ ପ୍ରଧାନମନ୍ତ୍ରୀ ଦେଶ ଚଳାଇବା ପାଇଁ ଅନ୍ୟ ଦେଶରୁ ଋଣ ନେଉଛନ୍ତି। ଏଭଳି କରି ସେ ପୂର୍ବ ୭ ପ୍ରଧାନମନ୍ତ୍ରୀଙ୍କୁ ପଛରେ ପକାଇଛନ୍ତି। ଏବେ ପୁଣି ସାଉଦି ଆରବରୁ ପାକିସ୍ତାନ ଋଣ ନେଇଥିବା ଜଣାପଡ଼ିଛି।  ଏଥର ସାଉଦି ଆରବର ରାଜକୁମାର, ଇମ୍ରାନଙ୍କୁ ତିନି ବିଲିୟନ ଆମେରିକୀୟ ଡଲାରର ଋଣ ଦେଇଛନ୍ତି। ଏହା ସହ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଅନ୍ୟ ଦେଶ ସାମ୍ନାରେ ହାତ ପତେଇ ଋଣ ନେବାରେ ଏକ ନମ୍ବର ହୋଇପାରିଛନ୍ତି। ଏହା ସହ ଏଭଳି କରିବାରେ ସେ ପୂର୍ବ ୭ଜଣ ପାକ୍ ପ୍ରଧାନମନ୍ତ୍ରୀଙ୍କୁ ପଛରେ ପକାାଇଛନ୍ତି। ଇମ୍ରାନ ଖ‌ାନ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିବା ଦିନଠାରୁ ଋଣ ନେବା ମାମଲାରେ ୧୮୫% ବୃଦ୍ଧି ଘଟିଛି।

ଷ୍ଟେଟ୍ ବ୍ୟାଙ୍କ ଅଫ୍ ପାକିସ୍ତାନ ଦେଇଥିବା ସୂଚନା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ବରିଷ୍ଠ ପ୍ରଫେସର ପ୍ରହ୍ଲାଦ କୁମାର କହିଛନ୍ତି ଯେ, ପାକିସ୍ତାନ ଜିଡିପିର ୪୦% ରୁ ଅଧିକ ଭାଗ ଋଣ ଭରସାରେ ଚାଲିଛି। ତିନି ବର୍ଷ ମଧ୍ୟରେ, ଏଥିରେ ବହୁତ ବୃଦ୍ଧି ଘଟିଛି। ୟୁସୁଫ ରଜା ଗିଲାନି ୨୦୦୮ରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିଲେ। ତାଙ୍କର କାର୍ଯ୍ୟକାଳ ୨୦୧୨ପର୍ଯ୍ୟନ୍ତ ଚାଲିଥିଲା। ଏହି ସମୟରେ ପାକିସ୍ତାନ ବିଭିନ୍ନ ଦେଶରୁ ଏବଂ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ରୁ ୪୨.୮ ବିଲିୟନ ଡଲାରର ଋଣ ନେଇଥିଲା। ଏହା ପରେ, ୨୦୧୨ରୁ ୨୦୦୧୩ମଧ୍ୟରେ ରଜା ପରଭେଜ ଅଶ୍ରଫ ଏବଂ ମୀର ହଜର ଖାନ ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହି ଅବଧି ମଧ୍ୟରେ ପାକିସ୍ତାନର ଋଣ ୪୨.୮ ବିଲିୟନ ଡଲାରରୁ ୫୨.୪ ବିଲିୟନ ଡଲାରକୁ ବୃଦ୍ଧି ପାଇଥିଲା।

www.amarujala.com

ଏହା ପରେ, ଜୁନ୍ ୫,  ୨୦୧୩ରେ ନୱାଜ ସରିଫ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ। ୨୦୧୭ରେ ଶହାବାଜ ସରିଫ ଏବଂ ସହିଦ ଖକାନ ଅବ୍ବାସି ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହା ପରେ ନାସିର-ଉଲ୍-ମୁଲ୍କ ଜୁନ୍ ୧, ୨୦୧୮ ରୁ ଅଗଷ୍ଟ ୧୮,୨୦୧୮ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ହୋଇଥିଲେ। ସେତେବେଳକୁ ପାକିସ୍ତାନର ଋଣ ବଢ଼ି ୭୩.୩ ବିଲିୟନ ଡଲାରକୁ ବୃଦ୍ଧି ପାଇଥିଲା।

ଅଗଷ୍ଟ ୧୮, ୨୦୧୮ରେ ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ। ସେବେଠାରୁ ଋଣ ନେବାରେ ପାକିସ୍ତାନ ପ୍ରତିବର୍ଷ ନୂଆ ରେକର୍ଡ ସୃଷ୍ଟି କରିଥିଲା। ସର୍ବଶେଷ ଆକଳନକୁ ଦେଖିଲେ, ଅଗଷ୍ଟ ୨୦୧୮ରୁ ଡିସେମ୍ବର ୨୦୨୦ପର୍ଯ୍ୟନ୍ତ ପାକିସ୍ତାନ ଚୀନ୍, ସାଉଦି ଏବଂ ଆଇଏମଏଫ ସମେତ ଅନେକ ଦେଶରୁ ପ୍ରାୟ ୪୨.୪ ବିଲିୟନ ଡଲାରର ଋଣ ନେଇଛି। ଏହା ସହ ପାକିସ୍ତାନର ମୋଟ ଋଣ ୧୧୫.୭ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି।

ସମ୍ବନ୍ଧିତ ଖବର