ଭାରତର ନାଗରିକତା ବିଲ୍‌-୨୦୧୯କୁ ଇମ୍ରାନ ଖାଁଙ୍କ ସମାଲୋଚନା, ହସରେ ଉଡ଼ାଇଲେ ଶିବରାଜ

ନୂଆଦିଲ୍ଲୀ : ଭାରତ ସରକାରଙ୍କ ନାଗରିକତା ସଂଶୋଧନ ବିଲ୍‌-୨୦୧୯କୁ ସମାଲୋଚନା କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ । ଏକ ଟ୍ଵିଟ୍‌ କରି ସେ ଲେଖିଛନ୍ତି ଯେ ଭାରତର ଲୋକସଭା ଦ୍ୱାରା ଗୃହୀତ ନାଗରିକତା ଆଇନକୁ ମୁଁ ନିନ୍ଦା କରୁଛି । ଏହା ସବୁ ଅନ୍ତର୍ଜାତୀୟ ମାନବ ଅଧିକାର ଆଇନ ଓ ପାକିସ୍ତାନ ସହିତ ହୋଇଥିବା ଦ୍ୱିପାକ୍ଷିକ ରାଜିନାମାର ବିରୁଦ୍ଧାଚରଣ କରୁଛି । ଫାସିବାଦୀ ମୋଦୀ ସରକାର ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଆରଏସ୍‌ଏସ୍‌ର ହିନ୍ଦୁରାଷ୍ଟ୍ର ଡିଜାଇନକୁ ଏହା ପ୍ରମାଣିତ କରୁଛି ।

 

ତେବେ ଇମ୍ରାନଙ୍କ ଏହି ଟ୍ଵିଟର ଜବାବ ଏକ ଅଭିନବ ଢଙ୍ଗରେ ଦେଇଛନ୍ତି ବରିଷ୍ଠ ବିଜେପି ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ସେ କୌଣସି ଶବ୍ଦ ନଲେଖି କେବଳ ତିନୋଟି ହସୁଥିବା ‘ଇମୋଜି’ ଅପଲୋଡ କରିଦେଇଛନ୍ତି । ଏହାକୁ ନେଇ ଟ୍ଵିଟରରେ ଲୋକମାନେ ନିଜର ହସ ରୋକିପାରିନାହାନ୍ତି ।

ଜଣେ ଟ୍ଵିଟର ବ୍ୟବହାରକାରୀ ଲେଖିଛନ୍ତି ‘ମାମାଜୀ ରକ୍ସ’ ।
ଆଉ ଜଣେ ଲେଖିଛନ୍ତି ଯେ ଇମ୍ରାନ ଖାଁ ମଧ୍ୟ ଏହିପରି ଏକ ନାଗରିକତା ସଂଶୋଧନ ବିଲ ଆଣି ଭାରତରେ ଭୟ ଓ ଅସହିଷ୍ଣତାର ବାତାବରଣ ମଧ୍ୟରେ ରହୁଥିବା ଲ୍ୟୁଟେନ୍ସ ଲୋକମାନଙ୍କୁ ନାଗରିକତା ଦେବେ ।
ଏହାର ଜବାବରେ ଶିବରାଜ ଲେଖିଛନ୍ତି ଯେ ଭାରତରେ କେହି ଆତଙ୍କରେ ରହୁନାହାନ୍ତି ।

ସମ୍ବନ୍ଧିତ ଖବର