ନୂଆଦିଲ୍ଲୀ: ଗତ ସପ୍ତାହରେ ପୁଲ୍ଓ୍ଵାମା ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଭାରତୀୟ ସୈନିକଙ୍କ ମୃତ୍ୟୁ ଘଟନାରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ସମ୍ବେଦନା ଜଣାଇ ନାହାନ୍ତି, ଆତଙ୍କବାଦ ସମ୍ବନ୍ଧରେ କହିବାକୁ ତାଙ୍କର କି ଅଧିକାର ଅଛି ବୋଲି କହିଛନ୍ତି ଗୃହମନ୍ତ୍ରୀ ରାଜନାଥ ସିଂହ।
ଶୁକ୍ରବାର ଦିନ ଏକ ଗଣମାଧ୍ୟମକୁ ସାକ୍ଷାତ୍କାର ଦେଇ ରାଜନାଥ ସିଂହ ଏ ଭଳି ମନ୍ତବ୍ୟ ଦେଇଛନ୍ତି।
ନିରାପତ୍ତା ବଳଙ୍କର ପୂର୍ଣ୍ଣ ସ୍ୱାଧୀନତା ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ପ୍ରସଙ୍ଗକୁ ସୂଚାଇ ରାଜନାଥ ସିଂହ କହିଲେ ଯେ ଭାରତ କିଭଳି ଏହି ଘଟନାର ଜବାବ ଦେବ ତାହା ସେ କହିବେ ନାହିଁ। ଯଦି ପାକିସ୍ତାନ ଯୁଦ୍ଧ ଲାଗି ପ୍ରସ୍ତୁତ ରହିଛି, ଭାରତ ବି ପ୍ରସ୍ତୁତ ରହିଛି।
ସେ କହିଲେ ଯେ ପୁଲ୍ଓ୍ଵାମା ଆକ୍ରମଣ ପରେ, ସମଗ୍ର ଭାରତରେ କଶ୍ମୀରୀ ଯୁବକଙ୍କୁ ନିରାପତ୍ତା ଯୋଗାଇ ଦେବାକୁ ସେ କହିଥିଲେ। ସେମାନଙ୍କ ସୁରକ୍ଷା ସଂକ୍ରାନ୍ତରେ ତାଙ୍କ ସରକାର ସାଲିସ କରିବ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/rajnath.jpg)