ଇସ୍ଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ସେନା ମୁଖ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ନେଇଥିବା ନିଷ୍ପତ୍ତି ଉପରେ ଆଜି ସୁପ୍ରିମ୍ କୋର୍ଟ ଅଙ୍କୁଶ ଲଗାଇଛନ୍ତି। ସୁପ୍ରିମ୍ କୋର୍ଟଙ୍କ ଏହି ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ ଝଟ୍କା ଦେଇଛି। ପାକିସ୍ତାନର ସେନାମୁଖ୍ୟ ଜେନେରାଲ୍ କମର୍ ଜାଭେଦ ବଜ୍ୱାଙ୍କ କାର୍ଯ୍ୟକାଳ ପୂରି ଯାଇଥିବା ସତ୍ତ୍ବେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ତାହା ଆଉ ୩ ବର୍ଷ ବୃଦ୍ଧି କରିବାକୁ ନଭେମ୍ବର ୧୯ ତାରିଖରେ ନିଷ୍ପତ୍ତି ନେଇଥିଲେ। ଏ ନେଇ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା। କିନ୍ତୁ ଆଜି ପାକିସ୍ତାନ ସୁପ୍ରିମ୍ କୋର୍ଟ ସେନାମୁଖ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ଜାରି କରାଯାଇଥିବା ବିଜ୍ଞପ୍ତି ଉପରେ ରୋକ୍ ଲଗାଇଛନ୍ତି। ପ୍ରଧାନ ବିଚାରପତି ଆସିଫ୍ ସୟିଦ ଖୋସାଙ୍କ ନେତୃତ୍ବରେ ୩ ଜଣିଆ ଖଣ୍ଡପୀଠ ଆଜି ସେନାମୁଖ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି ନିଷ୍ପତ୍ତିକୁ ରଦ୍ଦ କରିଛନ୍ତି।
ଇମ୍ରାନ୍ ଖାନ୍ଙ୍କୁ ଝଟ୍କା, ସେନା ମୁଖ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି ଉପରେ ଅଙ୍କୁଶ ଲଗାଇଲେ ସୁପ୍ରିମ୍ କୋର୍ଟ
/sambad/media/post_attachments/wp-content/uploads/2019/11/Imran.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)