ଲାହୋର୍: ଜୀବନ ପ୍ରତି ବିପଦ ଥିବା ସତ୍ତ୍ବେ ଶନିବାର ରାତିରେ ପାକସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ଗୋଟାଏ ଗୁଳି ନିରୋଧକ କଣ୍ଟେନର୍ରେ ଥାଇ ‘ମୀନାର୍-ଇ-ପାକିସ୍ତାନ୍’ରେ ଏକ ବିଶାଳ ରାଲିରେ ଉଦ୍ବୋଧନ ଦେଇ କହିଛନ୍ତି ଯେ, ଏହି ରାଲି ପାଇଁ ତାଙ୍କ ଦଳକୁ ଅନେକ ସଂଗ୍ରାମ ଓ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି।
ତାଙ୍କ (ଇମ୍ରାନ୍ଙ୍କ) ‘ପାକିସ୍ତାନ ତେହ୍ରୀକ୍-ଏ-ଇନ୍ସାଫ୍’ର ରାଲିକୁ ଦମନ କରିବା ପାଇଁ ‘ପିଏମ୍ଏଲ୍-ଏନ୍’ ନେତୃତ୍ବାଧୀନ ସରକାର ଓ ସାମରିକ ପ୍ରତିଷ୍ଠାନ କରିଥିବା ଉଦ୍ୟମକୁ ତୀବ୍ର ସମାଲୋଚନା କରି ସେ କହିଲେ, ଗୋଟିଏ କଥା ସ୍ପଷ୍ଟ ଯେ, ଯିଏ କେହି କ୍ଷମତାରେ ଥାଆନ୍ତୁ, ସେମାନେ ଆଜି ବୁଝି ପାରୁଥିବେ ଯେ ବାଧାବିଘ୍ନଦ୍ବାରା ଜନସାଧାରଣଙ୍କ ଆବେଗକୁ ଦମନ କରାଯାଇ ପାରିବ ନାହିଁ।
/sambad/media/post_attachments/wp-content/uploads/2023/03/ik1-1.jpg) Image Courtesy of Zee News
 Image Courtesy of Zee Newsସୂଚନାଯୋଗ୍ୟ, ‘ପିଏମ୍ଏଲ୍-ଏନ୍’ ନେତୃତ୍ବାଧୀନ ସରକାରଙ୍କ ଚାପର ବଶବର୍ତ୍ତୀ ହୋଇ ପାକିସ୍ତାନର ପ୍ରସାରଣ ଗଣମାଧ୍ୟମ ଏହି ରାଲିକୁ ‘କଭରେଜ୍’ କରିନାହିଁ ବୋଲି ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ ରିପୋର୍ଟ କରିଛି।
ଜୀବନ ପ୍ରତି ବିପଦ ଅଛି ବୋଲି କହି ଗୁଳି ନିରୋଧକ କାଚ ସେପଟେ ଥାଇ ରାଲିକୁ ଇମ୍ରାନ୍ ସମ୍ବୋଧନ କରୁଥିବା ବେଳେ କଣ୍ଟେନର୍ ଓ ବାରିକେଡ୍ ରଖି ପୁଲିସ ‘ମୀନାର-ଇ-ପାକିସ୍ତାନ’କୁ ପଡ଼ିଥିବା ସମସ୍ତ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲା। ଫଳରେ ‘ପାକିସ୍ତାନ ତେହ୍ରୀକ୍-ଏ-ଇନ୍ସାଫ୍’ର ସମର୍ଥକମାନଙ୍କୁ ଚାଲି ଚାଲି ରାଲିସ୍ଥଳକୁ ଆସିବାକୁ ପଡ଼ିଥିଲା।
ଶେହ୍ବାଜ୍ ଶରିଫ୍ ସରକାର ଓ ସେନାକୁ ସମାଲୋଚନା କରି ଇମ୍ରାନ୍ କହିଲେ ଯେ, ଏହି ରାଲି ପୂର୍ବରୁ ତାଙ୍କ ଦଳର ୨୦୦୦ରୁ ଅଧିକ କର୍ମୀଙ୍କୁ ଗିରଫ କରାଯାଇ ନିର୍ଯାତନା ଦିଆଯାଇଛି। ଆଜିକାଲି ପାକିସ୍ତାନରେ କ୍ଷମତାଶାଳୀମାନଙ୍କ ଆଚରଣ ଦେଖିଲେ ମନେହୁଏ ସତେଅବା ଇମ୍ରାନ୍ ଖାଁ ହିଁ ଦେଶର ଏକମାତ୍ର ସମସ୍ୟା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/ik-1.jpg)
