ନୂଆଦିଲ୍ଲୀ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ପୁଣି ଜମ୍ମୁ ଓ କାଶ୍ମୀରକୁ ପ୍ରସଙ୍ଗ କରି ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଗୁହାରିଆ ହୋଇଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଗତ ମାସରେ ଜାରି କରିଥିବା ନୂଆ ସ୍ଥାୟୀ ବାସିନ୍ଦା ଅଧିକାର ଜଡ଼ିତ ନିୟମାବଳୀ ଉପରେ ପାକିସ୍ତାନ ବିଦେଶ ବ୍ୟାପାର ମନ୍ତ୍ରୀ ଶାହ ମହମୁଦ କୁରେସି ଅଭିଯୋଗ ବାଢ଼ିଛନ୍ତି। ମିଳିତ ଜାତିସଂଘ ସୁରକ୍ଷା ପରିଷଦକୁ ରବିବାର ଲେଖିଥିବା ଏକ ଚିଠିରେ ଦର୍ଶାଇଛନ୍ତି ଯେ କରୋନା ବିଶ୍ୱମହାମାରୀ ଉପରେ ସାରା ବିଶ୍ୱ ଧ୍ୟାନ କେନ୍ଦ୍ରିତ କରିଥିବା ବେଳେ ତାହାର ଫାଇଦା ଉଠାଇ କାଶ୍ମୀର ଜନସଂଖ୍ୟା ତତ୍ତ୍ୱକୁ ବଦଳାଇବାକୁ ଭାରତ ଲାଗିପଡ଼ିଛି। କାଶ୍ମୀରକୁ ନେଇ ପାକିସ୍ତାନ ବୃଥା ପ୍ରୟାସ କରିବାର ତିନି ମାସ ପରେ ପୁଣି ସେଇ ପ୍ରସଙ୍ଗକୁ ଉଖୁରେଇଛି। କୁରେଶି କହିଛନ୍ତି ଯେ ଏବେ କାଶ୍ମୀରକୁ ବାହାର ଲୋକଙ୍କ ସୁଅ ଛୁଟିବାରେ ଲାଗିଛି। ଗତ ମାସରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିୟମାବଳୀ ଜାରି କରିଥିଲା ଯେ ଜାମ୍ମୁ ଓ କାଶ୍ମୀରର ବାସିନ୍ଦା ପାଲଟିଥିବା ଲୋକମାନେ ମଧ୍ୟ ସେଇ କେନ୍ଦ୍ରଶାସିତ ଅଞ୍ଚଳର ଚାକିରିରେ ଯୋଗ ଦେଇପାରିବେ। ସେହି ମତେ ସେଠାରେ ୧୫ ବର୍ଷ ରହିଥିବା ଲୋକମାନେ ବହିରାଗତ ବାସିନ୍ଦା ହୋଇଛନ୍ତି।
ଇମ୍ରାନ୍ ପୁଣି ଜାତିସଂଘ ସୁରକ୍ଷା ପରିଷଦରେ ଗୁହାରିଆ
/sambad/media/post_attachments/wp-content/uploads/2020/01/imran-khan-jpg_710x400xt-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)