ଇସ୍‌ଲାମାବଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କର ତୀବ୍ର ସମାଲୋଚନା କରିଛନ୍ତି ତାଙ୍କର ପୂର୍ବତନ ପତ୍ନୀ ରେହମ ଖାନ। ଶୁକ୍ରବାର ଦିନ କ୍ରିକେଟରରୁ ପ୍ରଧାନମନ୍ତ୍ରୀ ହୋଇଥିବା ଇମ୍ରାନଙ୍କୁ ସମାଲୋଚନା କରି ରେହମ କହିଛନ୍ତି ଯେ ନିଜ ପ୍ରଧାନମନ୍ତ୍ରିତ୍ୱ କାଳରେ ଦେଶରେ ଇମ୍ରାନ ଖାନ ସୃଷ୍ଟି କରିଥିବା ବିଶୃଙ୍ଖଳାକୁ ହଟାଇ ଦେଶକୁ ଆଉଥରେ ଶୃଙ୍ଖଳିତ କରିବା ପାଇଁ ଦେଶବାସୀ ବର୍ତ୍ତମାନ ଏକାଠି ହେବା ଉପରେ ଧ୍ୟାନ ଦେବା ଉଚିତ।

Advertisment

ଇମ୍ରାନ ଖାନ ୨୦୧୮ରେ ଏକ ‘ନୂଆ ପାକିସ୍ତାନ’ (ନୟା ପାକିସ୍ତାନ) ସୃଷ୍ଟି କରିବାର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲେ। କିନ୍ତୁ, ସମସ୍ତ ପ୍ରକାର ଅତ୍ୟାବଶ୍ୟକୀୟ ଦ୍ରବ୍ୟର ମୂଲ୍ୟକୁ ନିୟନ୍ତ୍ରଣରେ ରଖିବାରେ ବିଫଳ ହୋଇଥିଲେ। ଖାଲି ଏତିକି ନୁହେଁ, ଦେଶବାସୀଙ୍କ ମୌଳିକ ସମସ୍ୟାର ସମାଧାନ କରିବାରେ ଶୋଚନୀୟ ଭାବରେ ବିଫଳ ହୋଇଥିଲେ ଇମ୍ରାନ, ଯାହା ବିରୋଧୀଙ୍କୁ ତାଙ୍କ ସରକାରଙ୍କୁ ଅପାରଗ ଭାବରେ ଟାର୍ଗେଟ କରିବାକୁ ସୁଯୋଗ ଦେଇଥିଲା।

ଇମ୍ରାନଙ୍କୁ କଟାକ୍ଷ କରି ପୂର୍ବତନ ପତ୍ନୀ ରେହମ କରିଛନ୍ତି, ‘ଇମ୍ରାନ୍‌ ଇତିହାସ!! ମୁଁ ଭାବୁଛି ନୟା ପାକିସ୍ତାନ ନାମରେ ଦେଶରେ ସୃଷ୍ଟି ହୋଇଥିବା ବିଶୃଙ୍ଖଳାକୁ ସଫା କରିବା ପାଇଁ ଆମେ ଏକାଠି ଠିଆ ହେବା ଉପରେ ଧ୍ୟାନ ଦେବା ଉଚିତ।’

publive-image

ସେ କହିଛନ୍ତି ଯେ ଇମ୍ରାନ ଖାନଙ୍କ ପାଖରେ ଯାହା ନାହିଁ, ତାହା ହେଉଛି ବୁଦ୍ଧି ଏବଂ ସାମର୍ଥ୍ୟ। କାରଣ ପାକିସ୍ତାନ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଭଗବାନଙ୍କ ଅନୁଗ୍ରହ ଦ୍ୱାରା ତାଙ୍କୁ କିଛି ଆବଶ୍ୟକ ନାହିଁ। କାରଣ ସେ ଜୀବନରେ ସବୁକିଛି ହାସଲ କରିଛନ୍ତି- ଖ୍ୟାତି, ସମ୍ପତ୍ତି’। ଇମ୍ରାନ ଖାନଙ୍କ ଭାଷଣର ତୀବ୍ର ସମାଲୋଚନା କରି ରେହମ ଖାନ କହିଛନ୍ତି, ‘ହଁ, ଯେତେବେଳେ ଆପଣ ପ୍ରଧାନମନ୍ତ୍ରୀ ନଥିଲେ ସେତେବେଳେ ପାକିସ୍ତାନ ବହୁତ ଭଲ ଥିଲା।’

ଉଲ୍ଲେଖଯୋଗ୍ୟ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଗୁରୁବାର ଦିନ ଦେଶବାସୀଙ୍କୁ ଉଦ୍‌ବୋଧନ ଦେବାକୁ ଯାଇ ଇସ୍ତଫା ଦେବାକୁ ମନା କରି ଦେଇ କହିଥିଲେ ଯେ ସେ ଶେଷ ବଲ ପର୍ଯ୍ୟନ୍ତ ଖେଳିବେ। ଗୁରୁବାର ଦିନ ଦେଶକୁ ଦେଇଥିବା ଅଭିଭାଷଣରେ ଇମ୍ରାନ ଖାନ କହିଥିଲେ ଯେ ତାଙ୍କ ଦଳର ବିଦ୍ରୋହୀ ବିଧାୟକମାନେ ସେମାନଙ୍କର ବିବେକ ବିକ୍ରି କରିଛନ୍ତି ବୋଲି କହି ସେ ଇସ୍ତଫା ଦେବେ ନାହିଁ।

‘କେହି ଜଣେ ମୋତେ ଇସ୍ତଫା ଦେବାକୁ କହିଥିଲେ। ମୁଁ ଇସ୍ତଫା ଦେବି କି? ମୁଁ ୨୦ ବର୍ଷ ଧରି କ୍ରିକେଟ୍‌ ଖେଳିଛି, ଏବଂ ମୁଁ ଶେଷ ବଲ୍‌ ପର୍ଯ୍ୟନ୍ତ ଖେଳେ ମୁଁ ମୋ ଜୀବନରେ କେବେ ବି ହାର ମାନି ନାହିଁ ବୋଲି ଇମ୍ରାନ ଖାନ କହିବା ସହ, ଆପଣମାନେ ଦେଖିବେ ଯେ ଭୋଟ୍‌ ପରେ (ଅନାସ୍ଥା ଉପରେ), ଭୋଟ୍‌ର ଫଳାଫଳ ଯାହା ହେଉ ନା କାହିଁକି ମୁଁ ଅଧିକ ଶକ୍ତିଶାଳୀ ହେବି।’