ଡାଭୋସ :ଡାଭୋସ୍ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ଉପସ୍ଥିତିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆଜି ପୁଣି ଥରେ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। କାଶ୍ମୀର ପ୍ରସଙ୍ଗରେ ଉଭୟ ଭାରତ ଓ ପାକିସ୍ତାନକୁ ଆମେରିକା ହିଁ ଉପଯୁକ୍ତ ସହାୟତା ଦେଇପାରିବ ଏବଂ ଏଥିପାଇଁ ଆମେରିକା ସର୍ବଦା ତୟାର ରହିଛି ବୋଲି ଟ୍ରମ୍ପ୍ କହିଛନ୍ତି। ଆମେ କାଶ୍ମୀର ପ୍ରସଙ୍ଗ ଉପରେ ଅହରହ ନଜର ରଖିଛୁ ଏବଂ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ହ୍ରାସ ପାଇଁ ପ୍ରୟାସ କରୁଛୁ ବୋଲି ଟ୍ରମ୍ପ୍ କହିଛନ୍ତି। ଡାଭୋସ୍ରେ ବିଶ୍ବ ଆର୍ଥିକ ମଂଚର ବାର୍ଷିକ ସମ୍ମିଳନୀରେ ଇମ୍ରାନ୍ଙ୍କ ସହ ଦ୍ବିପାକ୍ଷିକ ଆଲୋଚନା ପରେ ଟ୍ରମ୍ପ୍ ଏଭଳି ମତ ରଖିଛନ୍ତି। କାଶ୍ମୀର ମାମଲାରେ ମଧ୍ୟସ୍ଥତା ପାଇଁ ପୂର୍ବରୁ ମଧ୍ୟ ଟ୍ରମ୍ପ୍ ଅନେକ ଥର ପ୍ରସ୍ତାବ ଦେଇଥିଲେ, କିନ୍ତୁ ଭାରତ ଏହାକୁ ପ୍ରତ୍ୟାଖ୍ୟାନ କରିଛି। କାଶ୍ମୀର ପ୍ରସଙ୍ଗରେ ଭାରତ କୌଣସି ତୃତୀୟ ପକ୍ଷର ମଧ୍ୟସ୍ଥତାକୁ ଗ୍ରହଣ କରିବ ନାହିଁ ବୋଲି ପୂର୍ବ ସ୍ପଷ୍ଟ କରିଦେଇଛି। ଆସନ୍ତା ମାସରେ କିମ୍ବା ମାର୍ଚ ପ୍ରଥମ ସପ୍ତାହରେ ଟ୍ରମ୍ପ୍ ଭାରତ ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଥିବା ବେଳେ ଏହି ସମୟରେ ସେ ପାକିସ୍ତାନ ଯିବେ କି ବୋଲି ପ୍ରଶ୍ନ କରାଯିବାରୁ ଟ୍ରମ୍ପ୍ କୌଣସି ସ୍ପଷ୍ଟ ଉତ୍ତର ଦେଇନଥିଲେ।
କାଶ୍ମୀର ପ୍ରସଙ୍ଗ: ଇମ୍ରାନ୍ଙ୍କ ଉପସ୍ଥିତିରେ ପୁଣି ମଧ୍ୟସ୍ଥତା ପାଇଁ କହିଲେ ଟ୍ରମ୍ପ୍
/sambad/media/post_attachments/wp-content/uploads/2020/01/Trump-Imran.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)