ଇମ୍ରାନଙ୍କ ଜୀବନରେ ଗ୍ଲାମରର ଅଭାବ ରହିଛି, ୭୦ ହେଲେ ବି ମୁଁ ତାଙ୍କର ଚତୁର୍ଥ ପତ୍ନୀ ହେବାକୁ ଚାହୁଛି: ୟୁକେ ଟିକଟକର

ଇସଲାମାବାଦ: ପୁଣି ଚର୍ଚ୍ଚାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ୩ଥର ବିବାହ କରି ସାରିଥିବା ଇମ୍ରାନଙ୍କ ଚତୁର୍ଥ ପତ୍ନୀ ହେବା ପାଇଁ ଜଣେ ବ୍ରିଟିଶ ଟିକଟକର ପ୍ରସ୍ତାବ ଦେବା ପରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ବ୍ରିଟିଶ ଟିକଟକର ଜିୟା ଖାନ୍ ଭିଡିଓ ମାଧ୍ୟମରେ ଇମ୍ରାନଙ୍କୁ ବିବାହ ପ୍ରସ୍ତାବ ଦେଇଛନ୍ତି। ଇମ୍ରାନଙ୍କ ଜୀବନରେ ଗ୍ଲାମରର ଅଭାବ ରହିଛି। ତାଙ୍କୁ ୭୦ ବର୍ଷ ହେଲେ ବି ମୁଁ ଚତୁର୍ଥ ପତ୍ନୀ ହେବାକୁ ଚାହୁଥିବା କହିଛନ୍ତି ଜିୟା।

ଭାଇରାଲ ଭିଡିଓରେ ଜିଆ ଖାନ କହିଛନ୍ତି ଯେ ମୁଁ ଇମ୍ରାନ ଖାନଙ୍କ ଚତୁର୍ଥ ପତ୍ନୀ ହେବାକୁ ଚାହୁଁଛି। ବୟସ ୭୦ପରେ ହେଲେ ବି ମୋର କୌଣସି ସମସ୍ୟା ନାହିଁ। ମୁଁ ବୁଶରା ବିବିଙ୍କ ସହ ତାଙ୍କର ତୃତୀୟ ବିବାହ ଭାଙ୍ଗିବାକୁ ଚାହୁଛି। କାରଣ ତୃତୀୟ ବିବାହ ପରେ ଇମ୍ରାନଙ୍କ ଜୀବନରେ ଗ୍ଲାମରର ଅଭାବ ଆସିଛି। ପ୍ରଥମେ ସେ ଜେମିମାଙ୍କୁ ବିବ‌ାହ କଲେ, ପରେ ‌ସେ ସୁନ୍ଦର ସାମ୍ବାଦିକ‌ାଙ୍କୁ ବିବାହ କରିବା ପରେ ଏବେ ଜଣେ ଧାର୍ମିକ ପତ୍ନୀକୁ ପାଇଛନ୍ତି। ସେ ତାଙ୍କ ଜୀବନରେ ଗ୍ଲାମର ଆବଶ୍ୟକ କରନ୍ତି। ତାଙ୍କୁ ମୋ ଭଳି ଜଣେ ଚୁଲବୁଲି ପତ୍ନୀ ଦରକାର।

ଜିୟାଙ୍କ ଏଭଳି ବିବାହ ପ୍ରସ୍ତାବ ଦେବାଟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଲୋକପ୍ରିୟତା ପାଇଁ ଜିୟା ଏଭଳି କରିଥିବା କଥା ଲୋକେ କହୁଥିବା ବେଳେ ଏପର୍ଯ୍ୟନ୍ତ ଏହା ଉପରେ ଇମ୍ରାନଙ୍କ ପ୍ରତିକ୍ରିୟା ଆସିନାହିଁ।

ସମ୍ବନ୍ଧିତ ଖବର