ମୋ ଦଳର ନେତାମାନଙ୍କ ଉପରେ ଅତ୍ୟାଚାର କରାଯାଉଛି : ଇମ୍ରାନ ଖାଁ

ଲାହୋର : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ବୁଧବାର ଅଭିଯୋଗ କରିଛନ୍ତି ଯେ ସରକାରଙ୍କ ଚାପ ଯୋଗୁଁ ତାଙ୍କ ଦଳର ନେତାମାନେ ଦଳ ଛାଡ଼ୁଛନ୍ତି । ଏହା ସହ ସେ ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ଦିନେ ସମୟର ଚକ ବଦଳିଯିବ ଏବଂ ସମସ୍ତ ନେତା ଦଳ ଛାଡିଲେ ମଧ୍ୟ ସେ ଯାହାକୁ ଟିକେଟ ଦେବେ ସେ ଜିତିବେ ।

ଇମ୍ରାନ ଖାଁ ବୁଧବାର ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧିତ କରି ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ସୋସିଆଲ ମିଡିଆକୁ ନିୟନ୍ତ୍ରଣ କରିବା ପାଇଁ ମୋ ଘରେ ଇଣ୍ଟରନେଟ୍ ବନ୍ଦ କରାଯାଇଛି । ଏହା ସତ୍ତ୍ବେ ମୁଁ ଆପଣମାନଙ୍କ ସହ କଥା ବାର୍ତ୍ତା ଜାରି ରଖିବାକୁ ଚେଷ୍ଟା କରିବି ।

ମେ ୯ରେ ଇମ୍ରାନଙ୍କୁ ଗିରଫ କରାଯିବା ପରେ ସାରା ଦେଶରେ ହିଂସାକାଣ୍ଡ ହୋଇଥିଲା । ଏହା ପରେ  ପିଟିଆଇ ନେତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କରାଯାଉଛି ବୋଲି ଉଲ୍ଲେଖ କରି ଇମ୍ରାନ  କହିଛନ୍ତି, “ଏହା ଏକ ଦମନ ଯାହା ପାକିସ୍ତାନରେ ପୂର୍ବରୁ କେବେ ହୋଇନଥିଲା । ତାଙ୍କ ଦଳର ନେତା ଓ କର୍ମୀଙ୍କୁ ଅତ୍ୟାଚାର ଓ ଗିରଫ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଏହି ନେତାମାନଙ୍କୁ କୁହାଯାଉଛି ଯେ ଯେପର୍ଯ୍ୟନ୍ତ ସେମାନେ ପିଟିଆଇରେ ଅଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ପିଟିଆଇ ଛାଡିବା ପରେ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ ।

ସମ୍ବନ୍ଧିତ ଖବର