ଅଭିନୟରେ ଶାହରୁଖ, ସଲମାନଙ୍କୁ ବଳିଗଲେ ଇମ୍ରାନ : ପାକିସ୍ତାନୀ ନେତା

ଲାହୋର : ଇମ୍ରାନଙ୍କ ଉପରେ ହୋଇଥିବା ଆକ୍ରମଣ ଏକ ଡ୍ରାମା ବୋଲି କହିଛନ୍ତି ପାକିସ୍ତାନର ଜଣେ ରାଜନୈତିକ ନେତା ମୌଲାନା ଫଜଲୁର ରେହମାନ । ସେ କହିଛନ୍ତି ଯେ ଇମ୍ରାନ ଅଭିନୟରେ ବଲିଉଡ ଷ୍ଟାର ଶାହରୁଖ ଓ ସଲମାନଙ୍କୁ ବି ବଳିଗଲେ ।

ଏକ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନ ଡେମୋକ୍ରାଟିକ୍ ମୁଭମେଣ୍ଟ (ପିଡିଏମ) ମୁଖ୍ୟ ମୌଲାନା ରେହମାନ କହିଛନ୍ତି ଯେ, ଯେତେବେଳେ ଏହି ଆକ୍ରମଣ ହେଲା ସେ ନିଜେ ଏହାକୁ ନିନ୍ଦା କରିଥିଲେ । ମାତ୍ର ଏବେ ଜଣାପଡୁଛି ଯେ ତାହା ଏକ ଡ୍ରାମା ଥିଲା । ଏହା କିପରି ସମ୍ଭବ ଯେ, ଗୋଟିଏ ବୁଲେଟ୍ ଭାଙ୍ଗିଯାଇ ଶରୀରରେ ପଶିବ । ବୋମା ବିସ୍ଫୋରଣ ଯୋଗୁଁ ଶରୀରରେ ବୋମାର ଛିଟକା ପଶିଯାଇଥାଏ । କିନ୍ତୁ ଗୁଳିରେ ଏପରି ହୁଏ ନାହିଁ । ଗୁଳିର ଛିଟକା କଥା ପ୍ରଥମ ଥର ପାଇଁ ଶୁଣୁଛନ୍ତି ବୋଲି ସେ କହିଛନ୍ତି । ଅନ୍ଧ ଲୋକମାନେ ଇମ୍ରାନଙ୍କ କଥାକୁ ବିଶ୍ବାସ କରିଯାଇଛନ୍ତି ବୋଲି ସେ କହିଛନ୍ତି ।

ପୁଣି ଆହତ ହେବା ପରେ ସେ ନିଜ ଦ୍ବାରା ପ୍ରତିଷ୍ଠିତ ସୌକତ ଖାନୁମ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଜଣେ ଗୁଳିମାଡ଼ରେ ଆହତ ହୋଇଥିବା ବ୍ୟକ୍ତି କିପରି ଏକ କ୍ୟାନସର ହସପିଟାଲରେ ଚିକିତ୍ସିତ ହେବ ?

ପୂର୍ବରୁ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସିମାନେ ବି ଏହି ଘଟଣାକୁ ନେଇ ସଂଦେହ କରିଥିଲେ । ଭୋଟରେ ଲୋକଙ୍କ ସମବେଦନା ପାଇବାକୁ ଇମ୍ରାନ ଏପରି ନାଟକ କରିଥାଇପାରନ୍ତି ବୋଲି ପାକ ଗୁଇନ୍ଦା ଏଜେନ୍ସିମାନେ ସଂଦେହ କରିଥିଲେ ।

 

ସମ୍ବନ୍ଧିତ ଖବର