ଇସଲାମାବାଦ: ଯଦି ତାଙ୍କ ଅଜ୍ଞାତସାରରେ ଭାରତ ସହ କାର୍ଗିଲ ଯୁଦ୍ଧ ହୋଇଥାନ୍ତା, ତେବେ ଦେଶର ସେନାଧ୍ୟକ୍ଷଙ୍କୁ ହଟାଇ ଦେଇଥାନ୍ତେ ବୋଲି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ କହିଛନ୍ତି। କାର୍ଗିଲ ଯୁଦ୍ଧ ବେଳେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିବା ନଵାଜ ସରିଫ ତାଙ୍କ ଅଗୋଚରରେ ଭାରତ ସହ ୧୯୯୯ ମସିହାର ଘଟଣା ସବୁ ଘଟି ଚାଲିଥିଲା ବୋଲି ବାରମ୍ବାର କହି ଆସୁଥିବା ପରିପ୍ରେକ୍ଷୀରେ ଇମ୍ରାନ୍ ଏପରି ଟିପ୍ପଣୀ ଦେଇଛନ୍ତି। ତାଙ୍କୁ କିଛି ବି ନଜଣାଇ ତତ୍କାଳୀନ ସେନାଧ୍ୟକ୍ଷ ଜେନେରାଲ ପରଭେଜ ମୁସାରଫ କାର୍ଗିଲ ଆକ୍ରମଣ କରିଥିଲେ ବୋଲି ସରିଫ କହି ଆସୁଛନ୍ତି। ସେହିପରି ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ମୁଖ୍ୟ ତାଙ୍କୁ ଇସ୍ତଫା ଦେବାକୁ କହିଥିଲେ ସେ ତାଙ୍କୁ ମଧ୍ୟ ବିଦା କରି ଦେଇଥାନ୍ତେ ବୋଲି ଇମ୍ରାନ୍ କହିଛନ୍ତି। ସୂଚନା ଥାଉ କି, ୨୦୧୪ ମସିହାରେ ଇମ୍ରାନ ରାଜଧାନୀ ଇସଲାମାବାଦରେ ସମର୍ଥକମାନଙ୍କ ସହ ଏକ ବିଶାଳ ପ୍ରତିବାଦ ସଭା ଚଲାଇଥିବା ବେଳେ ତତ୍କାଳୀନ ଆଇଏସ୍ଆଇ ମୁଖ୍ୟ ଦେଶର ତିନି ତିନି ଥର ପ୍ରଧାନମନ୍ତ୍ରୀ ଥିବା ନଵାଜ ସରିଫଙ୍କୁ ଇସ୍ତଫା ଦେବାକୁ କହିଥିଲେ ବୋଲି ମଧ୍ୟ ସରିଫ ଦାବି କରିଥିବା ପରିପ୍ରେକ୍ଷୀରେ ଇମ୍ରାନ ଉପରୋକ୍ତ ଟିପ୍ପଣୀ କରିଛନ୍ତି। ଦେଶର ସେନାବାହିନୀ ହିଁ ଦେଶକୁ ଏକଜୁଟ୍ କରି ରଖିଛି ଏବଂ ସରିଫ ଅଯଥାରେ ସାମରିକ ସଂଗଠନକୁ ନିଶାଣ କରୁଛନ୍ତି ବୋଲି କହି ଇମ୍ରାନ ପାକିସ୍ତାନୀ ସେନା ସପକ୍ଷରେ ମତ ବାଢ଼ିଛନ୍ତି। ଏପରିକି ଉଦାହରଣ ଛଳରେ ସେ କହିଛନ୍ତି ଯେ ଲିବ୍ୟା, ସିରିଆ, ଇରାକ୍, ଆଫଗାନିସ୍ତାନ ଏବଂ ୟେମେନ ପରି ମୁସଲିମ ଦେଶଗୁଡ଼ିକ ଛାରଖାର ହୋଇଯାଇଥିବା ବେଳେ କେବଳ ନିଜର ସେନାବାହିନୀ ପାଇଁ ପାକିସ୍ତାନ ସେମିତି ରହିଛି। ଅନ୍ୟଥା ଦେଶ ତିନି ଖଣ୍ଡ ହୋଇସାରନ୍ତାଣି ବୋଲି ଇମ୍ରାନ ସଫେଇ ଦେଇଛନ୍ତି।
ମୋତେ ନ ଜଣାଇ କାର୍ଗିଲ ଯୁଦ୍ଧ ହୋଇଥିଲେ ସେନାଧ୍ୟକ୍ଷଙ୍କୁ ବିଦା କରିଦେଇଥାନ୍ତି: ଇମ୍ରାନ୍ ଖାଁ
/sambad/media/post_attachments/wp-content/uploads/2020/09/imran-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)