ମୋତେ ଗିରଫ କରାନଯିବା ସହ…ଇସ୍ତଫା ଦେବା ପୂର୍ବରୁ ଏହି ୩ଟି ସର୍ତ୍ତ ରଖିଲେ ଇମ୍ରାନ ଖାନ

ଇସଲାମାବାଦ: ଇସ୍ତଫା ଦେବା ପୂର୍ବରୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ତିନୋଟି ସର୍ତ୍ତ ରଖିଛନ୍ତି। ଏହି ପଦ ଛାଡିବା ପରେ ତାଙ୍କୁ ଗିରଫ ନକରାଯିବା ସହ ଶାହବାଜ ସରିଫଙ୍କୁ ଛାଡ଼ି ଅନ୍ୟ କାହାକୁ ପ୍ରଧାନମନ୍ତ୍ରୀ କରାଯାଉ ବୋଲି ସର୍ତ୍ତ ରଖିଛନ୍ତି ଇମ୍ରାନ। ଅନାସ୍ଥା ପ୍ରସ୍ତାବ ‌ଉପରେ ଭୋଟ ଗ୍ରହଣ ହେବା ପୂର୍ବରୁ ଏଭଳି କହିଛନ୍ତି ଇମ୍ରାନ ଖାନ୍। ସେ ରଖିଥିବା ୩ଟି ସର୍ତ୍ତ ମଧ୍ୟରେ ରହିଛି-

୧. ଇସ୍ତଫା ଦେବା ପରେ ମୋତେ ଗିରଫ କରାଯିବ ନାହିଁ।

୨. ଏନଏବି ଅଧିନରେ କୌଣସି ମାମଲା ରୁଜୁ ହେବ ନାହିଁ।

୩. ଶାହବାଜ ସରିଫଙ୍କୁ ଛାଡ଼ି ଅନ୍ୟ କାହାକୁ ପ୍ରଧାନମନ୍ତ୍ରୀ କରାଯାଉ।

ଇମ୍ରାନଙ୍କ ପୂର୍ବରୁ ତାଙ୍କର ଦୁଇ ମନ୍ତ୍ରୀ ଆଗୁଆ ହାର ମାନି ନେଇଛନ୍ତି। ଅନାସ୍ଥା ପ୍ରସ୍ତାବ ଉପରେ ଭ‌ୋଟ ହେବା ପୂର୍ବରୁ ନିଜକୁ ପୂର୍ବ ମନ୍ତ୍ରୀ ବୋଲି କହିସାରିଛନ୍ତି ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କୁରେଶୀ ଓ ସୂଚନା ପ୍ରସାରଣ ମନ୍ତ୍ରୀ ଫଓ୍ଵାଦ ଚୌଧୁରୀ। ଦୁହେଁ ନିଜ ଟ୍ବିଟର ଆକାଉଣ୍ଟରେ ପାକିସ୍ତାନର ପୂର୍ବ ବିଦେଶ ମନ୍ତ୍ରୀ  ଓ ପୂର୍ବ ସୂଚନା ପ୍ରସାରଣ ମନ୍ତ୍ରୀ ଲେଖି ପ୍ରୋଫାଇଲ ଅପଡେଟ କରିସାରିଥିବା ଦେଖାଯାଇଛି।

ଅନ୍ୟପକ୍ଷରେ ଅନାସ୍ଥା ପ୍ରସ୍ତାବ ଉପରେ ବାଚସ୍ପତି ଅସଦ ଭୋଟ୍ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ସେ କହିଛନ୍ତି ଯେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍ କରାଇ ମୁଁ ଇମ୍ରାନ ଖାନଙ୍କ ସହ ପ୍ରତାରଣା କରିପାରିବି ନାହିଁ। ଏଥିପାଇଁ ମୁଁ ଯେକୌଣସି ଦଣ୍ଡର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛି।

ସମ୍ବନ୍ଧିତ ଖବର