ପାକିସ୍ତାନୀ ଖବରକାଗଜରେ ବ୍ୟଙ୍ଗଚିତ୍ର: ଟ୍ରମ୍ପ୍‌ ଓ ମୋଦୀ ବସିଥିବା ଗାଡ଼ି ଟାଣୁଛନ୍ତି ଇମ୍ରାନ୍‌

ଇସ୍‌ଲାମାବାଦ୍‌: କଶ୍ମୀର ଘଟଣାରେ ଜାତିସଂଘର ମଧ୍ୟସ୍ଥତା ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ବୃଥା ଉଦ୍ୟମକୁ ବ୍ୟଙ୍ଗଚିତ୍ର ଜରିଆରେ ପ୍ରଦର୍ଶନ କରି ତାଙ୍କୁ ନିଜ ଦେଶରେ ପରିହାସ କରାଇଥିବା ଗୋଟିଏ ଅଗ୍ରଣୀ ଦୈନିକ ଖବରକାଗଜ କ୍ଷମାଭିକ୍ଷା କରିଛି।

ବିବାଦୀୟ ବ୍ୟଙ୍ଗଚିତ୍ରରେ ଦେଖାଯାଉଛି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବସିଥିବା ଗୋଟାଏ ଗାଡ଼ିକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଟାଣୁଛନ୍ତି। ଗାଡ଼ିଚଢ଼ାରେ ଆମୋଦିତ ହୋଇ ଉଭୟ ଟ୍ରମ୍ପ୍‌ ଓ ମୋଦୀ ହସୁଥିବା ବେଳେ ପାକିସ୍ତାନର ପ୍ରଧାନମନ୍ତ୍ରୀ କଶ୍ମୀର ମଧ୍ୟସ୍ଥତା ପ୍ରସଙ୍ଗ ଭାବୁଛନ୍ତି। ସେ ମଧ୍ୟସ୍ଥତାକୁ ଗୋଟାଏ ଗାଜର ରୂପେ ଚିତ୍ରଣ କରାଯାଇଛି।

Image Source: Zee News

ବୁଧବାର ଦିନ ଏହି ବ୍ୟଙ୍ଗଚିତ୍ର ପ୍ରକାଶ କରିଥିବା ‘ଦି ନେସନ୍‌’ ନାମକ ଖବରକାଗଜ ଟୁଇଟ୍‌ କରି କହିଛି ଯେ ଯେଉଁ ଉଦ୍ଦେଶ୍ୟରେ ଏହି ବ୍ୟଙ୍ଗଚିତ୍ର ଅଙ୍କିତ ତାହା ଚରିତାର୍ଥ ନ ହେବାରୁ ସେମାନେ କ୍ଷମାଯାଚନା କରିବାକୁ ଚାହାଁନ୍ତି।

ସେମାନେ ଆହୁରି କହିଛନ୍ତି ଯେ ସେମାନଙ୍କ ସମ୍ପାଦକୀୟ ନୀତିକୁ ପ୍ରତିଫଳିତ କରୁ ନ ଥିବାରୁ ବ୍ୟଙ୍ଗଚିତ୍ରଟି ତାଙ୍କ କାଗଜରେ ପ୍ରକାଶ ପାଇବା ଅନୁଚିତ ଥିଲା।

ଆମେ ଗୋଟାଏ ଜାତୀୟତାବାଦୀ ଖବରକାଗଜ ହୋଇଥିବାରୁ ଗର୍ବିତ। ବିଶେଷକରି, ନ୍ୟୁୟର୍କ ଠାରେ ଜାତିସଂଘ ସାଧାରଣ ପରିଷଦ୍‌ର ବୈଠକ ଚାଲିଥିବା ବେଳେ ଅସଙ୍ଗତ ଚିତ୍ରଟି ପ୍ରକାଶ କରିଥିବାରୁ ଆମେ ଗଭୀର ଦୁଃଖ ପ୍ରକାଶ କରୁଛୁ।

ସମ୍ବନ୍ଧିତ ଖବର