ଯୁଦ୍ଧ ହେଲେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବ, ଏଣୁ କଥାବାର୍ତ୍ତା ହିଁ ଏକମାତ୍ର ପନ୍ଥା : ଇମ୍ରାନ ଖାଁ

ଇସ୍ଲାମାବାଦ : ବିମାନ ଆକ୍ରମଣକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବାବେଳେ ଶାନ୍ତିର କଥା କହିଛନ୍ତି ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ । ସେ ପୁଣି ଥରେ କଥାବାର୍ତ୍ତା ପ୍ରସ୍ତାବ ଦେଇଛନ୍ତି । ସେ କହିଛନ୍ତି ଯେ ଯଦି ସ୍ଥିତି ଆହୁରି ଖରାପ ହୁଏ ତାହାକୁ ନାଁ ଇମ୍ରାନ ଖାଁ ନା ନରେନ୍ଦ୍ର ମୋଦି କେହି ଅଟକାଇପାରିବେ ନାହିଁ ।

ଏହା ପୂର୍ବରୁ ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର କହିଥିଲେ ଯେ ପାକିସ୍ତାନ ଭାରତର ସାମରିକ କେନ୍ଦ୍ର ଗୁଡ଼ିକ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରାଯାଇଥିଲା । ତେବେ ଭାରତୀୟ ବାୟୁସେନା ସତର୍କ ଥିବାରୁ ପାକିସ୍ତାନର ଏହି ଉଦ୍ୟମ ପଣ୍ଡ ହୋଇଯାଇଛି । ଏହି ଘଟଣାରେ ପାକିସ୍ତାନର ଗୋଟିଏ ଏଫ-୧୬ ଲଢୁଆ ବିମାନକୁ ମାରି ଖସାଇଦିଆଯାଇଛି । ଏହି ବିମାନଟି ଜାମ୍ମୁ ଓ କାଶ୍ମୀରର ରାଜୌରୀ ସେକ୍ଟରରେ ପଡିଛି । ତେବେ ଭାରତ ପକ୍ଷରୁ ଗୋଟିଏ ମିଗ୍‌-୨୧ ବିମାନ ଧ୍ୱଂସ ପାଇଯାଇଛି । ଏହାର ପାଇଲଟ ନିଖୋଜ ଅଛନ୍ତି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର