ଇସଲାମାବାଦ୍: ପାକିସ୍ତାନରେ ଅଟକ ଭାରତୀୟ ପାଇଲଟ ଅଭିନନ୍ଦନଙ୍କୁ ଫେରାଇ ଦେବା ପରେ ଇମ୍ରାନ ଖାନଙ୍କୁ  ନୋବେଲ ଶାନ୍ତି ପୁରସ୍କାର ମିଳୁ ବୋଲି ଇଣ୍ଟନେଟରେ ଏକ ଅଭିଯାନ ଆରମ୍ଭ ହୋଇଛି। ୩୦୦,୦୦୦ ଲୋକଙ୍କ ଦସ୍ତଖତ ଥାଇ ଏକ ଅନଲାଇନ୍ ପିଟିସନ୍ ଇମ୍ରାନ ଖାନଙ୍କ ସମର୍ଥକଙ୍କ ପକ୍ଷରୁ ଜାରି କରାଯାଇଛି। ଭାରତ ସହ ଶାନ୍ତି ପ୍ରତିଷ୍ଠା ଲାଗି ଏହି ପ୍ରୟାସ ଲାଗି ଇମ୍ରାନଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳୁ ବୋଲି  ଦାବି କରାଯାଇଛି।

Advertisment

ତେବେ ଏ ନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିଲେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ଏବେ ଇମ୍ରାନ୍ ଖାନ୍ ନୋବେଲ ପୁରସ୍କାରକୁ ନେଇ ପ୍ରତିକ୍ରିୟା ରଖିବା ସହ ନିଜର କାଶ୍ମୀର ପ୍ରେମ ଦେଖାଇଛନ୍ତି । ସେ ଆଜି ଟ୍ୱିଟ୍ କରି କହିଛନ୍ତି, ମୁଁ ନୋବେଲ ଶାନ୍ତି ପୁରସ୍କାର ଲାଗି ହକଦାର ନୁହେଁ। ।  ଯିଏ କଶ୍ମୀରବାସୀଙ୍କ ଇଚ୍ଛା ଅନୁସାରେ କଶ୍ମୀର ସମସ୍ୟାର ସମାଧାନ କରି ପାରିବ ସେ ନୋବେଲ ପୁରସ୍କାର ଲାଗି ଯୋଗ୍ୟ। ଯିଏ କାଶ୍ମୀର ତଥା କାଶ୍ମୀର ଲୋକଙ୍କ ଇଚ୍ଛା ଅନୁସାରେ କାମ କରିବ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦିଆଯାଉ । କାଶ୍ମୀର ସମସ୍ୟାର ସମାଧାନ ହେଲେ ସେହି ଅଂଚଳରେ ଶାନ୍ତି ଓ ବିକାଶ ଫେରିବ ।

ସୂଚନାଯୋଗ୍ୟ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ଯବାନ ସହିଦ ହୋଇଥିଲେ । ଆଉ ଯବାନଙ୍କ ମୃତ୍ୟୁର ପ୍ରତିଶୋଧ ନେବାପାଇଁ ପାକିସ୍ତାନ ମାଟିରେ ପଶି ଏୟାରଷ୍ଟ୍ରାଇକ କରିଥିଲା ଭାରତ । ଏହି ଏୟାରଷ୍ଟ୍ରାଇକରେ ଭାରତୀୟ ବାୟୁସେନା ଜୈସର ଆତଙ୍କୀ ଶିବିରକୁ ଟାର୍ଗେଟ କରିଥିଲା । ଏହି ଏୟାରଷ୍ଟ୍ରାଇକ ପରେ ଭାରତୀୟ ବାୟୁସୀମାକୁ ପଶିଆସିଥିଲା ପାକ୍ ଆସିଥିଲା । ଆଉ ତାହାର ମୁକାବିଲା କରୁ କରୁ ଭାରତୀୟ ବାୟୁସେନାର ଏକ ବିମାନ ପାକିସ୍ତାନ ସୀମାରେ ଖସିପଡ଼ିଥିଲା । ଭାରତୀୟ ୱିଙ୍ଗ୍ କମାଣ୍ଡର ପାକ୍ ସେନା ହାତରେ ପଡ଼ିଯାଇଥିଲେ । ଆଉ ତା’ପରେ ଅନ୍ତର୍ଜାତୀୟ ଚାପ ପରେ ପାକିସ୍ତାନ ୱିଙ୍ଗ୍ କମାଣ୍ଡରଙ୍କୁ ଫେରାଇଥିଲା ।