ପାକିସ୍ତାନ ଆତଙ୍କବାଦୀ ତିଆରି କରୁଥିବା କଥା ସ୍ୱୀକାର କଲେ ଇମ୍ରାନ ଖାନ

ଇସଲାମାବାଦ: ଶେଷରେ ସତ ମାନିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ।  ପାକିସ୍ତାନ ଆତଙ୍କବାଦୀ ତିଆରି କରୁଥିବା କଥା ସ୍ୱୀକାର କଲେ ଇମ୍ରାନ୍ ଖାନ୍ ,ଯାହାର ପରିଣାମ ଆଜି ପାକିସ୍ତାନକୁ ଭୋଗିବାକୁ ପଡୁଛି । ତେବେ ଏଥିପାଇଁ ଆମେରିକା ଉପରେ ଦୋଷ ଲଦି ଦେଇଛନ୍ତି ଇମ୍ରାନ । ଋଷିଆ ଟୁଡେକୁ ଦେଇଥିବା ଏକ ସାକ୍ଷାତକାରରେ ଇମ୍ରାନ କହିଛନ୍ତି, ଆଫଗାନିସ୍ତାନରେ ସୋଭିଏତ ସଂଘ ବିରୋଧରେ ଲଢିବା ପାଇଁ  ଅଶୀ ଦଶକରେ ଜୋହାଦିଙ୍କୁ ପ୍ରସ୍ତୁତ କରିଥିଲା ପାକିସ୍ତାନ । ଆଉ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବାରେ ଆମେରିକାର ବଡ଼ ହାତ ଥିଲା । ଆଉ ଦଶ ବର୍ଷ ପରେ ଆମେରିକା ସେହି ଜେହାଦୀଙ୍କୁ ଆତଙ୍କବାଦୀ ଘୋଷଣା କରିଦେଲା ।

ପାକିସ୍ତାନ ଗୃହମନ୍ତ୍ରୀଙ୍କ ପରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆତଙ୍କବାଦୀ ତିଆରି କରୁଥିବା ସହ ପାଣ୍ଠି ଯୋଗାଇବା କଥା ସ୍ୱୀକାର କରିଛନ୍ତି । ଏକ ଋଷ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଇମ୍ରାନ କହିଛନ୍ତି, ୮୦ ଦଶକରେ ସୋଭିଏତ ଆଫଗାନିସ୍ତାନ ଉପରେ କବଜା କରିଥିଲା । ପାକିସ୍ତାନ ମୁଜାହୁଦ୍ଦୀନ ଲୋକଙ୍କୁ ଏହା ବିରୋଧରେ ପ୍ରଶିକ୍ଷଣ ଦିଆଯାଇଥିଲା । ଆମେରିକା ମଧ୍ୟ ଏଥିରେ ପାକିସ୍ତାନକୁ ସହାୟତା କରିଥିଲା । ହେଲେ ପରେ ପାକିସ୍ତାନକୁ ଆଗକୁ ଆଣି ଆମେରିକା ଆତଙ୍କବାଦକୁ ବିରୋଧ କରିଥିଲା । ଜିହାଦୀଙ୍କୁ ଆତଙ୍କବାଦୀ ଘୋଷଣା କରିଥିଲା ଆମେରିକା । ଆଉ ଏଥିରେ ସାମିଲ ହୋଇଥିବା ପାକିସ୍ତାନୀ ବିରୋଧୀ  ହୋଇଯାଇଥିଲେ ।

Image result for imran khan
photo-the news imternational

ଆଉ ଏଥିପାଇଁ ପ୍ରାୟ ୭୦ହଜାର ଲୋକଙ୍କୁ ହରାଇଥିଲା ପାକିସ୍ତାନ । ଦେଶର ଅର୍ଥବ୍ୟବସ୍ଥା ପ୍ରଭାବିତ ହୋଇଥିଲା । ପ୍ରାୟ ୧୦୦ ଆରବ ଡଲାର କ୍ଷତ ସହିଥିଲା ପାକିସ୍ତାନ । ତେବେ ଏସବୁ ପରେ ଶେଷରେ ଆମେରିକା ପାକିସ୍ତାନ ଉପରେ ଆଫଗାନିସ୍ତାନରେ ଅସଫଳ ହୋଇଥିବା ଦୋଷ ଲଦିଥିଲା । ପାକିସ୍ତାନ ପାଇଁ ଅନ୍ୟାୟ ହୋଇଛି । ତାଲିବାନ ବିରୋଧରେ ଆମେରିକାର ସାଥ ଦେବା ପାକିସ୍ତାନକୁ ମହଙ୍ଗା ପଡିଛି ବୋଲି କହିଛନ୍ତି ଇମ୍ରାନ ଖାନ ।

ସମ୍ବନ୍ଧିତ ଖବର