ଭାରତରେ ସାଧାରଣ ନିର୍ବାଚନ ସରିଲେ ଭାରତ-ପାକ୍‌ ଭିତରେ ସଂପର୍କ ସୁଧୁରି ଯିବ: ଇମ୍ରାନ ଖାନ

ନୂଆଦିଲ୍ଲୀ: ଭାରତ ପାକିସ୍ତାନ ଭିତରେ ପରିସ୍ଥିତିି ଏକଦମ ବିଗିଡ଼ି ଯାଇଥିବା ବେଳେ ଦୁଇ ଦେଶ ମଧ୍ୟରେ ଉତ୍ତମ ସଂପର୍କ ଗଠନ ନେଇ ଆଶା ପ୍ରକଟ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ପ୍ରଧାନମନ୍ତ୍ରୀ ଇମ୍ରାନ ଗୁରୁବାର କହିଛନ୍ତି ଯେ ‘ଭାରତ ସମେତ ଅନ୍ୟ ସମସ୍ତ ରାଷ୍ଟ୍ର ସହ ପାକିସ୍ତାନର ଉତ୍ତମ ସଂପର୍କ ରହିବ। କେବଳ ନିର୍ବାଚନ ସରିଯାଉ। ଏକ ଶାନ୍ତିପୂର୍ଣ୍ଣ ପାକିସ୍ତାନ ଭବିଷ୍ୟତରେ ସମୃଦ୍ଧ ପାକିସ୍ତାନ ହୋଇ ଛିଡ଼ା ହେବ।’ ଇମ୍ରାନ ଖାନ ଦାବି କରିଛନ୍ତି ଯେ ଶାନ୍ତି ପ୍ରତିଷ୍ଠା ପାଇଁ ପାକିସ୍ତାନ ଆଗୁଆ ନିଜ ଆଡୁ ହାତ ବଢ଼ାଇଛି। ଭାରତରେ ସାଧାରଣ ନିର୍ବାଚନ ସରିବା ପରେ ସବୁ ସମାଧାନ ହୋଇଯିବ।

ଉଲ୍ଲେଖଯୋଗ୍ୟ, ଫେବ୍ରୁଆରି ୧୪ ତାରିଖରେ ଜମ୍ମୁ-କଶ୍ମୀରର ପୁଲଓ୍ଵାମାଠାରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜ୍ରେସ୍‌-ଇ-ମହମ୍ମଦ ଆକ୍ରମଣ କରିବା ପରେ ୪୦ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଥିଲେ। ତାହାର ପାଲଟା ଜବାବ ଦେବାକୁ ଫେବ୍ରୁଆରି ୨୬ ତାରିଖ ଭାରତୀୟ ବାୟୁସେନା ବାଲାକୋଟଠାରେ ଏୟାର୍‌ଷ୍ଟ୍ରାଇକ୍‌ କରି ୨୦୦ରୁ ଊର୍ଧ୍ୱ ଆତଙ୍କବାଦୀଙ୍କୁ ନିହତ କରିଛି। ସେବେଠାରୁ ଭାରତ-ପାକ୍‌ ଭିତରେ ଅଶାନ୍ତି ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର