ଆକ୍ରମଣ ନକରି ପାକିସ୍ତାନକୁ ‘ଗୁଲାମ’ କରିଦେଲା ଆମେରିକା: ଇମ୍ରାନ ଖାନ୍

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣି ଥରେ ଆମେରିକାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଆମେରିକା ଆକ୍ରମଣ ନକରି ପାକିସ୍ତାନକୁ ନିଜର ‘ଗୁଲାମ’ କରିଦେଇଛି। କେବଳ ଏତିକି ନୁହେଁ, ଇମ୍ରାନ ଖାନ ଶାହାବାଜ ଶରିଫଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ପାକିସ୍ତାନର ଲୋକମାନେ ବିଦେଶରୁ ଆମଦାନୀ କରାଯାଇଥିବା ସରକାର ଚାହାନ୍ତି ନାହିଁ।

ଗତ ମାସରେ ବିରୋଧୀ ଦଳ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଏହା ପରେ ଇମ୍ରାନ ଖାନଙ୍କ ସରକାରର ପତନ ଘଟିଥିଲା। ଇମ୍ରାନ ଖାନ ଅଭିଯୋଗ କରିଛନ୍ତି ଯେ ଆମେରିକା ତାଙ୍କ ସରକାରକୁ ହଟାଇବା ପାଇଁ ଷଡଯନ୍ତ୍ର କରିଛି।

ତେବେ ସରକାର ହରାଇବା ପରେ ଇମ୍ରାନ ଖାନ ପାକିସ୍ତାନର ବିଭିନ୍ନ ସହରରେ ଅନେକ ସମାବେଶ କରିସାରିଛନ୍ତି। ଏମିତି କି ସେ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଶାହାବାଜ ଶରିଫଙ୍କ ସରକାରକୁ ଦେଶଦ୍ରୋହୀ ତଥା ଦୁର୍ନୀତିଗ୍ରସ୍ତ ସରକାର ବୋଲି ବର୍ଣ୍ଣନା କରିସାରିଛନ୍ତି।

aajtak

ଆମେରିକାକୁ ଟାର୍ଗେଟ କରି ଇମ୍ରାନ ଖାନ କହିଛନ୍ତି ଯେ ଆମେରିକା ଆକ୍ରମଣ ନକରି ପାକିସ୍ତାନକୁ ଗୁଲାମ କରିଛି। ପାକିସ୍ତାନର ପଞ୍ଜାବ ପ୍ରଦେଶର ଫୈସଲାବାଦରେ ଏକ ରାଲିକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ପାକିସ୍ତାନର ଲୋକମାନେ ବିଦେଶରୁ ଆମଦାନୀ କରାଯାଇଥିବା ସରକାରକୁ ଗ୍ରହଣ କରିବେ ନାହିଁ। ଆମେରିକା ଏକ ଏଭଳି ଦେଶ ଯିଏ ନିଜ ଲାଭ ରଖି ଅନ୍ୟକୁ ସାହାଯ୍ୟ କରିଥାଏ।

କିଛି ଦିନ ପୂର୍ବରୁ ଇମ୍ରନଙ୍କ ଗଧ ଟିପ୍ପଣୀ ଖୁବ ଭାଇରାଲ ହୋଇଥିଲା। ଇମ୍ରାନ୍‌ ବ୍ରିଟେନ୍‌ରେ ରହିବା ସମୟର ଏକ ଅନୁଭୂତି ବାଣ୍ଟିବାକୁ ଯାଇ ଇଣ୍ଟରନେଟ୍‌ରେ ଏକ ପଡକାଷ୍ଟ୍‌ (ଇଣ୍ଟର‌ନେଟ୍‌ରେ ଡାଉନଲୋଡ ପାଇଁ ଉପଲବ୍ଧ ଅଡିଓ-ଭିଡିଓ) ଦେଇଥିଲେ। ଏଥିରେ ଇମ୍ରାନ କହିଥିଲେ, ବ୍ରିଟେନ୍‌ରେ ମତେ ଭବ୍ୟ ସ୍ବାଗତ କରାଯାଇଥିଲା। କିନ୍ତୁ ମୁଁ ଏହାକୁ କେବେ ନିଜ ଦେଶ ବୋଲି ଭାବିନାହିଁ। ସବୁବେଳେ ମୁଁ ପ୍ରଥମେ ଜଣେ ପାକିସ୍ତାନୀ। ଯଦି ଏକ ଗଧ ଉପରେ ଗାର ପକାଇ ତୁମେ ଚିତ୍ର ଆଙ୍କିବ ତେବେ ଏହା ଜେବ୍ରା ହୋଇଯିବନି। ‘ଏ ଡଙ୍କି ରିମେନ୍ସ ଏ ଡଙ୍କି’ ତଥା ଗଧ ସବୁବେଳେ ଗଧ ହୋଇ ରହିବ। ତେବେ ଇମ୍ରାନଙ୍କ ଏହି ଟିପ୍ପଣୀ ପରେ ଲୋକେ ତାଙ୍କୁ ଗଧ ବୋଲି କହି ଟ୍ରୋଲ କରିଥିଲେ।

ସମ୍ବନ୍ଧିତ ଖବର