ଇସଲାମାବାଦ: ଗିରଫ ହେବା ଭୟ ମଧ୍ୟରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କୁ ଟାର୍ଗେଟ କରିଛନ୍ତି। ଶହବାଜ ଅନୁଷ୍ଠାନଗୁଡିକର ଅପବ୍ୟବହାର କରୁଛନ୍ତି ଏବଂ ତାଙ୍କ ସହ ଜଡିତ ମାମଲାରେ କ୍ଲିନ୍ ଚିଟ୍ ନେଉଛନ୍ତି ବୋଲି ଇମ୍ରାନ ଅଭିଯୋଗ କରିଛନ୍ତି। ଇମ୍ରାନ ଖାନ ଟ୍ବିଟ କରି ଏଭଳି ଆରୋପ ଲଗାଇବା ସହ ଶହବାଜଙ୍କୁ ବଦମାସ ବୋଲି କହିଛନ୍ତି।
What future can a country have when crooks are thrust as rulers upon it? SS was about to be convicted by NAB for Rs 8 bn money laundering & by FIA for another Rs 16 bn corruption when he was rescued by Gen Bajwa who kept getting NAB cases trial postponed. While under trial he was
— Imran Khan (@ImranKhanPTI) March 5, 2023
ଇମ୍ରାନ ଖାନ ଟ୍ୱିଟ କରିଛନ୍ତି ଯେ ଶାସକ ଭାବରେ ବଦମାସଙ୍କୁ ଦାୟିତ୍ବ ଦିଆଗଲେ ଦେଶର ଭବିଷ୍ୟତ କ’ଣ ହେବ? ୮ବିଲିୟନ ମନି ଲଣ୍ଡରିଂ ମାମଲାରେ ଏନଏବି ଦ୍ବାରା ଏବଂ ୧୬ ବିଲିୟନ ଟଙ୍କା ଦୁର୍ନୀତି ଅଭିଯୋଗରେ ଏଫଆଇଏ ଦ୍ବାରା ଶହବାଜ ସରିଫଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥାନ୍ତା। କିନ୍ତୁ ତାଙ୍କୁ ଜେନେରାଲ ବାଜୱା ବଞ୍ଚାଇ ଦେଇଥିଲେ। ସେ ଏନଏବି ମାମଲାର ଶୁଣାଣି ତାରିଖ ଘୁଞ୍ଚାଇ ଚାଲିଥିଲେ। ଶୁଣାଣି ଚାଲିଥିବା ବେଳେ ଶହବାଜ ସରିଫଙ୍କୁ ପ୍ରଧାନମନ୍ତ୍ରୀ କରାଯାଇଥିଲା। ପୂର୍ବରୁ ଏହି ଏନଏବି ଓ ଏଫଆଇଏ ସ୍କାନରରେ ଥିବା ବ୍ୟକ୍ତି ଆଜି ଏହି ସଂସ୍ଥାର ମୁଖ୍ୟ ବାଛୁଛନ୍ତି। ପ୍ରଥମ ଏଫଆଇଏ ଏବଂ ବର୍ତ୍ତମାନ ଏନଏବିର ମୁଖ୍ୟ ବାଛିବାରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପ୍ରଧାନମନ୍ତ୍ରୀ ହେବା ପରେ ୮ବିଲିୟନ ମନି ଲଣ୍ଡରିଂ ମାମଲାରେ ଏବଂ ୧୬ ବିଲିୟନ ଟଙ୍କା ଦୁର୍ନୀତି ମାମଲାରେ ଶହବାଜ ସରିଫଙ୍କୁ କ୍ଲିନ୍ ଚିଟ୍ ମିଳିଛି।
made PM. He has since proceeded to select heads of those institutions investigating his cases - first FIA & now NAB - simply to get his name permanently cleared in Rs 16 bn corruption & Rs 8 bn money laundering cases against him. This is how a country becomes a banana republic.
— Imran Khan (@ImranKhanPTI) March 5, 2023