ମୋଦୀ ସରକାରଙ୍କ ଏହି ନିଷ୍ପତ୍ତିକୁ ପ୍ରଶଂସା କଲେ ଇମ୍ରାନ୍, କହିଲେ; ଭାରତ ନୁହେଁ, ଆମେରିକାକୁ ଡରୁଛି ପାକିସ୍ତାନ

ଇସଲାମାବାଦ: ପୁଣି ଥରେ ମୋଦୀ ସରକାରଙ୍କ ପ୍ରଶଂସା କଲେ ପାକିସ୍ତାନର ପୂୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ପେଟ୍ରୋଲ ଏବଂ ଡିଜେଲର ଦରକୁ ନେଇ ପାକିସ୍ତାନ ସରକାରଙ୍କୁ ସମାଲୋଚନା କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାମକୁ ପ୍ରଶଂସା କରିଛନ୍ତି ଇମ୍ରାନ ଖାନ। ପାକିସ୍ତାନରେ ପେଟ୍ରୋଲ ଲିଟର ପିଛା ୨୦୯ ଟଙ୍କା ହେବା ପରେ କ୍ଷମତାରେ ଥିବା ସରକାରଙ୍କୁ ଟା‌ର୍ଗେଟ କରିଛନ୍ତି ଇମ୍ରାନ।

ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ନେଇ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କ୍ରମାଗତ ଭାବରେ ଶେହାବାଜ ଶରିଫଙ୍କୁ ସମାଲୋଚନା କରୁଥିବା ବେଳେ ଆମେରିକାକୁ ପାକିସ୍ତାନ ଡରୁଛି, ଭାରତ ନୁହେଁ ବୋଲି କହିଛନ୍ତି।

ସୂଚନା ମୁତାବକ, ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ପେଟ୍ରୋଲର ମୂଲ୍ୟ ପୁଣି ୩୦ ଟଙ୍କାକୁ ବୃଦ୍ଧି କରାଯାଇଛି, ଯେଉଁଥିପାଇଁ ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ ୨୦୯ଟଙ୍କାକୁ ବୃଦ୍ଧି ପାଇଛି। ଦର ବୃଦ୍ଧି ପରେ ଇମ୍ରାନ ଖାନ କହିଛନ୍ତି ଯେ ଦେଶର ନେତାମାନେ ରୁଷରୁ ଶସ୍ତା ତେଲ କିଣିବାକୁ ଚାହୁଁନାହାଁନ୍ତି କାରଣ ସେମାନେ ଆମେରିକାକୁ ଡରୁଛନ୍ତି। ପାକିସ୍ତାନର ଶାସକ ଦଳର ନେତାମାନଙ୍କୁ ଆମେରିକାର ଗୁଲାମ ବୋଲି ବର୍ଣ୍ଣନା କରି ଇମ୍ରାନ ଖାନ ଭାରତର ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି ଯେ ପାକିସ୍ତାନ ପେଟ୍ରୋଲ ମୂଲ୍ୟ ୩୦ ଟଙ୍କା ବୃଦ୍ଧି କରିଥିବାବେଳେ ଭାରତ ୨୫ ଟଙ୍କା ହ୍ରାସ କରିଛି। ଏହା ହେଉଛି ଏକ ଗୁଲାମ ଏବଂ ଏକ ମୁକ୍ତ ଦେଶ ମଧ୍ୟରେ ପାର୍ଥକ୍ୟ ।

ସମ୍ବନ୍ଧିତ ଖବର