ଇସ୍ଲାମାବାଦ: ପୂର୍ବତନ ପାକିସ୍ତାନୀ କ୍ରିକେଟର ତଥା ପାକିସ୍ତାନ ତେହରିକ୍ ଏ ଇନ୍ସାଫ(ପିଟିଆଇ) ଦଳ ମୁଖ୍ୟ ଇମ୍ରାନ୍ ଖାନ୍ ନବ ବର୍ଷରେ ପୁଣିଥରେ ବିବାହ କରିଥିବା ଚର୍ଚ୍ଚା ହେଉଛି। ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ମୁତାବକ ଇମ୍ରାନ୍ ଖାନ୍ ଗତ ଜାନୁଆରି ୧ ତାରିଖରେ ଲାହୋରରେ ତାଙ୍କର ତୃତୀୟ ବିବାହ କରିଛନ୍ତି। କିନ୍ତୁ ଏହି ବିବାହ ସମ୍ପୂର୍ଣ୍ଣ ଗୋପନୀୟ ଭାବେ ହୋଇଥିବାରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ତେବେ ଇମ୍ରାନ୍ଙ୍କର ଆଧ୍ୟାତ୍ମିକ ମାର୍ଗଦର୍ଶକ ଥିବା ଜଣେ ମହିଳାଙ୍କୁ ସେ ବିବାହ କରିଥିବା ଜଣାପଡ଼ିଛି। ଏହି ବିବାହ ଉତ୍ସବରେ ପିଟିଆଇର କିଛି ବଛାବଛା ସଦସ୍ୟ ଓ ଇମରାନ୍ଙ୍କ ବନ୍ଧୁ ପରିଜନ ଯୋଗ ଦେଇଥିଲେ। ଉଲ୍ଲେଖଯୋଗ୍ୟ, କ୍ରିକେଟରରୁ ରାଜନେତା ପାଲଟିଥିବା ୬୫ ବର୍ଷୀୟ ଇମ୍ରାନ୍ଙ୍କର ପ୍ରେମିକାଙ୍କ ତାଲିକା ବହୁତ ଲମ୍ବା। ୧୯୯୫ରେ ଇମ୍ରାନ୍ ପାକିସ୍ତାନୀ ବଂଶୋଦ୍ଭବ ବ୍ରିଟିସ୍ ସାମ୍ବାଦିକା ଜେମିମା ଗୋଲ୍ଡସ୍ମିଥଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହର ୯ ବର୍ଷପରେ ସେମାନଙ୍କର ବିଚ୍ଛେଦ ହୋଇଥିଲା। ୨୦୧୫ରେ ବିବିସି ନ୍ୟୁଜ୍ ଆଙ୍କର ରେହମ୍ ଖାନ୍ଙ୍କ ସହିତ ପ୍ରେମ ବିବାହ କଲେ। କିନ୍ତୁ ଏହି ବିବାହ ବେଶୀ ଦିନ ତିଷ୍ଠି ପାରିଲା ନାହିଁ ଓ ମାତ୍ର ୧୦ ମାସ ପରେ ସେମାନଙ୍କର ବିଚ୍ଛେଦ ହେଲା। ଏବେ ସେ ତୃତୀୟ ବିବାହ କରିଥିବା ଚର୍ଚ୍ଚା ହେଉଛି।
ଇମ୍ରାନ୍ ଖାନଙ୍କର ତୃତୀୟ ବିବାହ!
/sambad/media/post_attachments/wp-content/uploads/2018/01/161911.1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)