ପାକିସ୍ତାନରେ ଥିବା ହିନ୍ଦୁ ସମ୍ପ୍ରଦାୟଙ୍କୁ ହୋଲି ପାଇଁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ

ନୂଆଦିଲ୍ଲୀ: ରବିବାର ଦିନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପାକିସ୍ତାନରେ ରହୁଥିବା ହିନ୍ଦୁ ସମ୍ପ୍ରଦାୟକୁ ହୋଲି ପାଇଁ ଅଭିନନ୍ଦନ ଜଣାଇଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ହୋଲି ପାଇଁ ହିନ୍ଦୁ ସମ୍ପ୍ରଦାୟକୁ ଏକ ଟୁଇଟରେ ଅଭିନନ୍ଦନ ଜଣାଇ ଲେଖିଛନ୍ତି ଯେ ‘ଆମର ହିନ୍ଦୁ ସମ୍ପ୍ରଦାୟକୁ ରଙ୍ଗର ପର୍ବ ହୋଲି ପାଇଁ ଶୁଭେଚ୍ଛା’। ହିନ୍ଦୁ ସମ୍ପ୍ରଦାୟ ହେଉଛି ପାକିସ୍ତାନର ବୃହତ୍ତମ ସଂଖ୍ୟାଲଘୁ ସମ୍ପ୍ରଦାୟ। ଏକ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ପାକିସ୍ତାନରେ ୭୫ ଲକ୍ଷ ହିନ୍ଦୁ ସମ୍ପ୍ରଦାୟର ଲୋକ ରହୁଛନ୍ତି ।


ତେବେ ସ୍ୱାଧୀନତା ପରଠାରୁ ପାକିସ୍ତାନରେ ବହୁ ସଂଖ୍ୟକ ହିନ୍ଦୁଙ୍କର ଜବରଦସ୍ତ ଧର୍ମ ପରିବର୍ତ୍ତନ କରାଯାଇଛି । ଏବେ ବି ହିନ୍ଦୁ ସମ୍ପ୍ରଦାୟର ଝିଅମାନଙ୍କୁ ପାକିସ୍ତାନରେ ଅପହରଣ କରାଯାଉଛି |

ଆଉ ଏହି ଘଟଣାକୁ ନେଇ ଅନେକ ଥର ଅନ୍ତର୍ଜାତୀୟ ଫୋରମରେ ପାକିସ୍ତାନକୁ ସମାଲୋଚନା କରାଯାଉଛି । ଅନ୍ୟପଟେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗତ ସପ୍ତାହରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ | ଆଉ ଏବେ ସେ ହୋମ ଆଇସୋଲେସନରେ ଅଛନ୍ତି । ଚୀନ୍ ଟିକା ଗ୍ରହଣ କରିବାର ଦୁଇ ଦିନ ପରେ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କରୋନା ପଜିଟିଭ୍ ହୋଇଥିଲେ।

ସମ୍ବନ୍ଧିତ ଖବର