ଆମେରିକା ଗସ୍ତ ପାଇଁ ଇମ୍ରାନଙ୍କ ଖର୍ଚ୍ଚକାଟ, ପାକ୍‌ ରାଷ୍ଟ୍ରଦୂତଙ୍କ ବାସଭବନରେ ରହିବେ

ଇସଲାମାବାଦ୍‌: ପାକିସ୍ତାନକୁ ଚୀନ୍‌ ଋଣଜାଲରେ ବୁଡ଼ାଇ ସାରିଛି। ଦେଶର ଦେବାଳିଆ ସ୍ଥିତି ପାଇଁ ପାକ୍‌ ସରକାରଙ୍କ ଦ୍ବାରା ଯେଉଁ ଖର୍ଚ୍ଚକାଟ ପ୍ରକ୍ରିୟା ଆରମ୍ଭ ହୋଇଛି ସେହି ଆଧାରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଆଗାମୀ ଆମେରିକା ଗସ୍ତ ସମୟ‌ରେ କୌଣସି ଦାମୀ ହୋଟେଲ୍‌ରେ ନରହି ଦେଶର ରାଷ୍ଟ୍ରଦୂତଙ୍କ ବାସଭବନରେ ରହିବେ। ଇମ୍ରାନ୍‌ ଆସନ୍ତା ଜୁଲାଇ ୨୧ ତାରିଖରେ ୩ ଦିନିଆ ଆମେରିକା ଗସ୍ତରେ ଯାଉଛନ୍ତି। ଗସ୍ତ ଅବସରରେ ଇମ୍ରାନ୍‌ ଖର୍ଚ୍ଚକାଟ କରିବାପାଇଁ ୱାସିଂଟନ୍‌ରେ ଅବସ୍ଥିତ ପାକିସ୍ତାନର ରାଷ୍ଟ୍ରଦୂତ ଆସାଦ ମଜିଦ ଖାନ୍‌ଙ୍କ ବାସଭବନରେ ରହିବେ। ପାକିସ୍ତାନର ଦୈନିକ ଖବରକାଗଜ ‘ଡନ୍‌’ରେ ପ୍ରକାଶିତ ଏକ ରିପୋର୍ଟରୁ ଏହା ଜଣାପଡ଼ିଛି। ଇମ୍ରାନଙ୍କ ଗସ୍ତ ପୂର୍ବରୁ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ୍‌ ହାଫିଜ୍‌ ସୟିଦ ଗିରଫ ହେବା ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର