ଇସ୍ଲାମାବାଦ: ପାକିସ୍ତାନ ସାଧାରଣ ନିର୍ବାଚନରେ କ୍ରିକେଟିୟରୁ ରାଜନେତା ପାଲଟିଥିବା ଇମ୍ରାନ୍ ଖାନ୍ଙ୍କ ପାକିସ୍ତାନ ତେହେରିକ-ଇ- ଇନ୍ସାଫ (ପିଟିଆଇ) ଦଳ ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହୋଇଛି। ସର୍ବଶେଷ ଫଳାଫଳ ଅନୁଯାୟୀ ନିର୍ବାଚନ ହୋଇଥିବା ମୋଟ ୨୬୯ ଆସନ ମଧ୍ୟରୁ ସର୍ବାଧିକ ୧୦୯ ଆସନରେ ଇମ୍ରାନ୍ ଖାନ୍ଙ୍କ ପାକିସ୍ତାନ ତେହରିକ୍-ଏ-ଇନ୍ସାଫ୍ ବିଜୟୀ ହୋଇଛି। ଏବଂ ସରକାର ଗଠନ ପାଇଁ ଆହୁରି ୨୮ଟି ଆସନ ଆବଶ୍ୟକ କରୁଛି। କାରଣ ସଂଖ୍ୟାଗରିଷ୍ଠ ଦଳଭାବେ ସରକାର ଗଠନ କରିବାକୁ ହେଲେ ୧୩୭ ସଦସ୍ୟ ଆବଶ୍ୟକ। ସେହିଭଳି ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାବେ ନଓ୍ଵାଜ ସରିଫ୍ଙ୍କ ପାକିସ୍ତାନ ମୁସଲିମ୍ ଲିଗ୍ (ନଓ୍ଵାଜ) ୬୩ଟି ଆସନରେ ବିଜୟ ଲାଭ କରି ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ବିଲଓ୍ଵାଲ ଭୁଟ୍ଟୋଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟି ୩୯ଟି ଆସନରେ ବିଜୟ ଲାଭ କରି ତୃତୀୟ ସ୍ଥାନରେ ରହିଛି। ଆହୁରି ୨୦ଟି ଆସନର ଫଳାଫଳ ଆସିବାକୁ ବାକିଥିବା ବେଳେ ସରକାରୀ ଭାବେ ଚୂଡ଼ାନ୍ତ ଫଳାଫଳ ବର୍ତ୍ତମାନ ସୁଦ୍ଧା ଘୋଷଣା କରାଯାଇ ନାହିଁ।
/sambad/media/post_attachments/wp-content/uploads/2018/07/Pak1.jpg)
ଏପରିସ୍ଥିତିରେ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) କିଙ୍ଗ୍ମେକର ସାଜିପାରେ ବୋଲି କୁହାଯାଉଛି। ତେବେ ପିପିପିର ସମର୍ଥନ ଅପେକ୍ଷା ଇମ୍ରାନ ଅନ୍ୟ ସ୍ୱାଧୀନ ପ୍ରାର୍ଥୀ ଏବଂ କ୍ଷୁଦ୍ର ଦଳଙ୍କ ଉପରେ ନଜର ରଖିଛନ୍ତି। ତେବେ କୌଣସି ଗୋଟିଏ ଦଳକୁ ବହୁମତ ମିଳି ନଥିବା ବେଳେ ସରକାର ଗଠନ ପାଇଁ ଇମ୍ରାନ୍ଙ୍କ ପିଟିଆଇ ପକ୍ଷରୁ ପିପିପିର ସହାୟତା ଲୋଡ଼ା ଯାଇପାରେ ବୋଲି ଆଲୋଚନା ହେଉଛି।
/sambad/media/post_attachments/wp-content/uploads/2018/07/Pak2.jpg)
ଚଳିତ ନିର୍ବାଚନରେ ପାକିସ୍ତାନ ସେନା ମାତ୍ରାଧିକ ହସ୍ତକ୍ଷେପ କରିବା ସହ ପଞ୍ଜାବ ପ୍ରଦେଶରେ ଭୋଟରଙ୍କୁ ଆତଙ୍କିତ କରିଥିବା ବେଳେ ବିଭିନ୍ନ ସ୍ଥାନରେ ବୁଥ୍ ଜବରଦଖଲ ଏବଂ ଗଣତି କେନ୍ଦ୍ରଗୁଡ଼ିକରେ ଜାଲିଆତି ହୋଇଥିବା ଅଭିଯୋଗ କରିଛି ନଓ୍ଵାଜ୍ ସରିଫ୍ଙ୍କ ଦଳ ପିଏମ୍ଏଲ୍-ଏନ୍ ନିର୍ବାଚନ ଫଳାଫଳକୁ ପ୍ରତ୍ୟାଖ୍ୟାନ କରି ଏହା ଗଣତନ୍ତ୍ରର ହତ୍ୟା ବୋଲି ଅଭିଯୋଗ କରିଛି ପିଏମ୍ଏଲ୍-ଏନ୍। ଅନ୍ୟ ପକ୍ଷରେ ଇମ୍ରାନ୍ ଏସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ପାକିସ୍ତାନ ଇତିହାସରେ ଚଳିତ ନିର୍ବାଚନ ପରି ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ପୂର୍ବରୁ କେବେ ହୋଇ ନଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/Pak.jpg)